ପୋଷା କୁକୁରକୁ ଦଳିଦେଲା କାର୍‌: ନିର୍ଦ୍ଦୟ ଚାଳକ ଫେରାର୍

ଭୁବନେଶ୍ବର: ଆଜି ଏକ ପୋଷା କୁକୁରକୁ ବଡ଼ ନିର୍ଦ୍ଦୟ ଭାବେ ଜଣେ କାର୍‌ ଚାଳକ ଗାଡ଼ି ଚଢ଼ାଇ ମାରିଦେଇଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ପୁଲିସ ମାମଲାକୁ ଗୁରୁତ୍ବ ଦେଉନାହିଁ ବୋଲି ଏତଲାକାରୀ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ସମଗ୍ର ଘଟଣାର ସିସିଟିଭି ଫୁଟେଜ୍ ଦେଇଥିଲେ ହେଁ ପୁଲିସ ମାମଲା ରୁଜୁ କରୁନଥିବାରୁ ପିପୁଲ୍‌ ଫର୍‌ ଆନିମଲ୍‌ ସଂସ୍ଥା ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ଲକ୍ଷ୍ମୀସାଗର କେନାଲରୋଡ୍‌ ଓସ୍‌କାର ସିଟିରେ ରହୁଥିବା ଧୀରେନ୍ଦ୍ର ରାଉତଙ୍କ ଅଭିଯୋଗ ଅନୁସାରେ ଆଜି ସକାଳେ ତାଙ୍କ କୁକୁର ଗଳି ରାସ୍ତା ପାର୍ ହେଉଥିବା ବେଳେ ନିର୍ଦ୍ଦୟ କାର ଚାଳକ ଜାଣିଶୁଣି ତାକୁ ଧକ୍କା ଦେଇଥିଲା। କୁକୁରଟି ପଡ଼ିଯିବା ପରେ ବି କାର୍‌ ଚାଳକ ଅଟକିନଥିଲେ। କାର୍‌ ଚାଳକ ଚାହିଥିଲେ ଆହତ ହେଉ ପଛେ କୁକୁରଟି ବଞ୍ଚି ପାରିଥାଆନ୍ତା। କିନ୍ତୁ କାର୍‌ ଚାଳକ କୁକୁରକୁ ମଡ଼ାଇ ପଳାଇଥିଲେ। ସେ ସିସିଟିଭିରୁ ସଂଗ୍ରହ କରି ଏସବୁର ଦୃଶ୍ୟ ପୁଲିସକୁ ଦେଇଛନ୍ତି। କ୍ରୁଏଲିଟି ଟୁ ଆନିମଲ୍‌ ସେକ୍‌ସନ୍‌ ୧୧, ବେପରୁଆ ଗାଡ଼ି ଚାଳନା ଓ ହିଟ୍‌ ଆଣ୍ଡ୍‌ ରନ୍‌ ଦଫାରେ ପୁଲିସ ମାମଲା ରୁଜୁ କରିବା କଥା। କିନ୍ତୁ ପୁଲିସ ଉକ୍ତ ଘଟଣାକୁ ହାଲୁକାରେ ନେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଘଟଣା ଜାଣିବା ପରେ ପିପୁଲ୍‌ ଫର୍ ଆନିମଲ୍‌ ସଂସ୍ଥା ପକ୍ଷରୁ ମଧ୍ୟ ପୁଲିସକୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର