ସଫାସୁତୁରା ଦେହ ଓ ମନ

ମହେନ୍ଦ୍ର ପ୍ରସାଦ ନାୟକ

ସ୍ୱଚ୍ଛତା ଅନେକ ପ୍ରକାରର। ଯେମିତି କି ଶାରୀରିକ, ମାନସିକ, ବୌଦ୍ଧିକ, ନୈତିକ, ଅଧୢାତ୍ମିକ ଏବ˚ ବ୍ୟାବହାରିକ ସ୍ବଚ୍ଛତା। ଶାରୀରିକ ସ୍ୱଚ୍ଛତା ଅର୍ଥ ନିଜ ଶରୀରକୁ ସଫା ରଖିବା ଏବ˚ ତା ସହିତ ପରିବେଶକୁ ସ୍ୱଚ୍ଛ ରଖିବା। ଏହାର ଅର୍ଥ ଅତି ସଳଖ, ଶରୀରର ପରିଚ୍ଛନ୍ନତା ରକ୍ଷା। ଏହି ଅଭ୍ୟାସ ଦ୍ବାରା ଶରୀର ସୁସ୍ଥ ଓ ନିରୋଗ ରହେ। ଏହା ମନୁଷ୍ୟକୁ ଦୀର୍ଘାୟୁ କରିପାରେ। କିନ୍ତୁ ଶରୀର କିଛି ଛୋଟିଆ କଥା ନୁହେଁ। ଏହା ଯେହେତୁ ଆତ୍ମା ଓ ମନର ମନ୍ଦିର, ଶରୀର ସୁସ୍ଥ ରହିଲେ ମନ ବି ପ୍ରଫୁଲ୍ଲିତ ରହେ।

ପ୍ରଫୁଲ୍ଲିତ ମନ ସୁଖ ଓ ଶାନ୍ତିର ଉତ୍ସ। ଏଭଳି ମନର ଭୂମିରୁ ସକାରାତ୍ମକ ଭାବନାର ଅଙ୍କୁରଣ ହୋଇଥାଏ। ମନ ପ୍ରଶସ୍ତ ହୁଏ ଓ ମନରେ ଉଦାରତା ଆସେ। ତା ଅର୍ଥ ଏଭଳି ମନରୁ କେବଳ ଅନ୍ୟମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ବା ଭକ୍ତି ଜାତ ହୁଏ, ମନରୁ ବିକାର ବିଦ୍ବେଷ ଦୂର ହେବାର ବାଟ ଫିଟିଯାଏ। ବିଜ୍ଞ ଜନେ କହିଛନ୍ତି ଯେ ଯେଉଁଠି ମନ ନିର୍ମଳ, ସେଠାରେ ହି˚ସାର ସ୍ଥାନ ନଥାଏ। ଯେଉଁଠି ମନରେ ହି˚ସା ନଥାଏ, ସେଠି ଆଧୢାତ୍ମିକତାର ପରିପ୍ରକାଶ ହୁଏ। ତାର ଅର୍ଥ ମଣିଷର ଚେତନାର ଉତ୍ତରଣ ସେଠାରେ ସମ୍ଭବ ହୋଇଥାଏ।

କିଛି ଦିନ ତଳେ ଆମେରିକାର ୩୦୦ଟି ଛୋଟବଡ଼ ସହରକୁ ନେଇ ଯେଉଁ ଗବେଷଣାମୂଳକ ଅନୁଧୢାନ କରାଯାଇଥିଲା, ତାର ନିଷ୍କର୍ଷ କହେ ଯେ ସେଠାକାର ଯେଉଁ ସହରଗୁଡ଼ିକ ଅଧିକ ପରିଚ୍ଛନ୍ନ, ସେଠାରେ ଅପରାଧ କମ୍‌ ଓ ଅପରାଧୀଙ୍କ ସ˚ଖ୍ୟା ମଧୢ କମ୍‌। ପାରିପାର୍ଶ୍ବିକ ପରିବେଶ କିଭଳି ଜନ ଜୀବନକୁ ପ୍ରଭାବିତ କରେ ସେ ବିଷୟରେ ସମସ୍ତେ ଜାଣନ୍ତି। ଅପରିଚ୍ଛନ୍ନ ପରିବେଶ ଉଭୟ ଶାରୀରିକ ଓ ମାନସିକ ଅସୁସ୍ଥତାର କାରଣ ହୋଇଥାଏ। ଏହା ମନରେ ଅକାରଣ ହତାଶା ଓ ବିମର୍ଷବୋଧ ଜାତ କରାଏ।

ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ପକ୍ଷରୁ ପ୍ରକାଶ ପାଇଥିବା ୨୦୧୬ ମସିହାର ଏକ ରିପୋର୍ଟ ଅନୁଯାୟୀ ଭାରତ ବିଶ୍ବର ସର୍ବାଧିକ ଅପରିଚ୍ଛନ୍ନ ରାଷ୍ଟ୍ର। ପୃଥିବୀର ୧୫ଟି ସର୍ବାଧିକ ଅପରିଚ୍ଛନ୍ନ ସହର ମଧୢରୁ ଭାରତରେ ୧୪ଟି ସହର ଅବସ୍ଥିତ। ଏ ସର୍ଭେ ରିପୋର୍ଟ ସହିତ ଅନେକ ଏକମତ ହୋଇ ନ ପାରନ୍ତି। କାରଣ ଆମେ ଜାଣୁ ତୃତୀୟ ବିଶ୍ବରେ ଏମିତି ଅନେକ ଦେଶ ଅଛି, ଯହିଁରେ ଥିବା ଅନେକ ସହର ଭାରତୀୟ ଅପରିଚ୍ଛନ୍ନ ସହରଗୁଡ଼ିକ ଠାରୁ ମଧୢ ଅଧିକ ଆବର୍ଜନା ଭରା। କିନ୍ତୁ ଏହା ମଧୢ ସ୍ବୀକାର କରିବାକୁ ହେବ ଯେ ପରିଚ୍ଛନ୍ନତା ଲାଗି ଭାରତକୁ ଆହୁରି ଅନେକ ଅତିରିକ୍ତ ମାଇଲ ଚାଲିବାକୁ ହେବ।

ଏବେ ଆମ ଦେଶରେ ଯେଉଁ ସ୍ବଚ୍ଛ ଭାରତ ଅଭିଯାନ ଚାଲିଛି, ତାକୁ ଯଦି କେବଳ ଏକ ରାଜନୈତିକ କାର୍ଯ୍ୟକ୍ରମ ବୋଲି ଆମେ ବିଚାର କରିବା, ତେବେ କଥା ସରିଲା। ଏହାକୁ ଯଦି ଆମେ ନିରୋଗ ରହିବା ଲାଗି ବା ମନକୁ ପ୍ରଫୁଲ୍ଲିତ ରଖିବା ଲାଗି ବା ଆତ୍ମାର ଉତ୍ତରଣ ଲାଗି ଏକ ସର୍ତ୍ତ ବୋଲି ଭାବିବା ତେବେ ତାହା ଭଲ ହେବ।

ଅବସରପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ
ଭଦ୍ରକ ସ୍ବୟ˚ଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ: ୯୪୩୭୧୭୪୦୦୮

ସମ୍ବନ୍ଧିତ ଖବର