ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ବୈଠକ

ଭୁବନେଶ୍ୱର: ଶନିବାର ପୂର୍ବାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳର ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ପାଇଁ ରଣକୌଶଳ ସମ୍ବନ୍ଧରେ ଆଲୋଚନା କରିବାକୁ ଏଥିରେ ବିଜେଡିର ସାଂସଦମାନେ ଯୋଗ ଦେଇଥିଲେ।

ବୈଠକ ଶେଷ ହେବା ପରେ ସଂସଦୀୟ ଦଳର ମୁଖପାତ୍ର କଳିକେଶ ସିଂହଦେଓ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ମହାନଦୀ ଟ୍ରାଇବୁନାଲ୍‌, ପୋଲାଭରମ୍‌ ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ରେ ଉତ୍ଥାପନ କରାଯିବ।

ସମ୍ବନ୍ଧିତ ଖବର