ନାମ କମାଇବାକୁ ରାଜନୀତିକୁ ଆସିନାହିଁ: ଗୋପୀ ହୋଇ କରିବି ଲୋକଙ୍କ ସେବା

ନୂଆଦିଲ୍ଲୀ: ଅଭିନେତ୍ରୀ ହେମା ମାଳିନୀ ତୃତୀୟ ଥର ପାଇଁ ମଥୁରାରୁ ବିଜେପି ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନ (୨୦୨୪)ରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ହେମା ମାଳିନୀ ଗତବୁଧବାର ଏକ ସଭାରେ ସାମିଲ ହୋଇଥିଲେ । ଏହି ସଭାରେ ହେମା କହିଛନ୍ତି, ମୁଁ ନାମ କମାଇବା କିମ୍ବା ଚର୍ଚ୍ଚାରେ ରହିବା ଆଶାରେ ରାଜନୀତିରେ ଯୋଗ ଦେଇନାହିଁ।

ମୁଁ  ନିଜକୁ ଭଗବାନ କୃଷ୍ଣଙ୍କ “ଗୋପୀ” ବୋଲି ଭାବେ। ଗୋପୀ ହୋଇ ବୃଜବାସୀଙ୍କ ସେବା କରିବାର ସୌଭାଗ୍ୟ ପାଇଛି। ଏହି ସୁଯୋଗ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନାଡାଙ୍କୁ କୃତଜ୍ଞତା ଜଣାଉଛି।। ବର୍ତ୍ତମାନ ମୋର ପ୍ରଥମ ପ୍ରାଥମିକତା ହେଉଛି ଖରାପ ସ୍ଥିତିରେ ଥିବା ‘ବ୍ରଜ ୮୪ କୋସ ପରିକ୍ରମ‌ା’ର ବିକାଶ କରିବା।

ବ୍ରାଜ ୮୪ କୋସ ପରିକ୍ରମାକୁ ପର୍ଯ୍ୟଟକଙ୍କ ପାଇଁ ସୁଖଦ ଏବଂ ଆକର୍ଷଣୀୟ କରିବା ପାଇଁ ପ୍ରୟାସ କରାଯିବ। ଏଥିପାଇଁ ଡିଆରପି (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ୧୧,୦୦୦ କୋଟି ଟଙ୍କା ପାଇଁ ପ୍ରସ୍ତୁତ ହୋଇଛି, ମୁଁ ଅବଶିଷ୍ଟ ଭିତ୍ତିଭୂମି ପାଇଁ ପାଣ୍ଠି ମଞ୍ଜୁର କରିବି। ଯାହା ତୀର୍ଥଯାତ୍ରୀମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇବ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ହେବ।

ଦ୍ୱିତୀୟ ପ୍ରାଥମିକତା ହେବ ଯମୁନା ନଦୀକୁ ସଫା କରିବା।  ନମାମି ଗ‌ଙ୍ଗେ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ମୁଁ ଗଙ୍ଗା ଏବଂ ଯମୁନା ନଦୀ ପ୍ରଦୂଷଣକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଥିଲି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ନମାମି ଗ‌ଙ୍ଗେ ପ୍ରକଳ୍ପ ପ୍ରତି ଆଗ୍ରହ ଦେଖାଇବା ପରଠାରୁ ପ୍ରୟାଗରାଜରେ ଥିବା ଗଙ୍ଗା ଜଳ ସ୍ୱଚ୍ଛ ଏବଂ ପ୍ରଦୂଷଣମୁକ୍ତ ହୋଇପାରିଛି। କିନ୍ତୁ ଯମୁନା ନଦୀର ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଦିଲ୍ଲୀ ସରକାର ଆଗ୍ରହ ପ୍ରକାଶ କରୁନାହାଁନ୍ତି ତେଣୁ ମଥୁରାରେ ପବିତ୍ର ନଦୀ ପ୍ରଦୂଷିତ ହୋଇ ରହିଛି। । ଦିଲ୍ଲୀ ଏବଂ ହରିୟାଣାରେ ଯମୁନା ନଦୀକୁ ସଫା ନକରି, ମଥୁରାରେ ସ୍ୱଚ୍ଛ ଯମୁନା ସ୍ୱପ୍ନକୁ ବାସ୍ତବରେ ପରିଣତ କରାଯାଇପାରିବ ନାହିଁ ।

 

ସମ୍ବନ୍ଧିତ ଖବର