ପୁଅକୁ ଚାଷୀ କରିବା ପାଇଁ ୯୦ ହଜାର ଟଙ୍କା ଦରମାର ସରକାରୀ ଚାକିରି ଛାଡିଲେ ମା’

ଇନ୍ଦୋର: ଆପଣ ଶୁଣିଥିବେ ଯଦି ଭଲ ପାଠ ପଢ଼ୁନାହାନ୍ତି, ତେବେ ଚାକିରି ମିଳିବନି ଓ ଜମିରେ ଚାଷ କରିବାକୁ ପଡିବ | ଯଦି ଏହି କଥାକୁ ଆପଣ ସତ ବୋଲି ଭାବୁଥାନ୍ତି ତେବେ ଆପଣଙ୍କ ଏହି କଥାକୁ ଭୁଲ ପ୍ରମାଣିତ କରିଦେବ ଆଜିକାର ଏହି ସଫଳ ମା ଙ୍କ କାହାଣୀ | ଯିଏ ନିଜ ପୁଅକୁ ସଫଳ ଚାଷୀ କରିବା ପାଇଁ ୯୦ ହଜାର ଟଙ୍କାର ସରକାରୀ ଚାକିରିକୁ ଛାଡିଦେଇଛନ୍ତି | ରାଜସ୍ଥାନର ଅଜମେରରେ ରୁହନ୍ତି ରାଜେନ୍ଦ୍ର ସିଂ ଓ ଟଙ୍କା ପତ୍ନୀ ଚଂଚଳ କୌର |

୨୦୧୬ ମସିହାରେ ଚଂଚଳ ଯେତେବେଳେ ସରକାରୀ ଚାକିରି ଛାଡିଦେଇଥିଲେ ସମସ୍ତେ ତାଙ୍କର ଏହି ପଦକ୍ଷେପକୁ ମୁର୍ଖାମୀ ବୋଲି କହୁଥିଲେ | କିନ୍ତୁ ଏହି ମା ତାଙ୍କର ପୁଅକୁ ବିଳାସମୟ ଜୀବନ ଦେବା ଅପେକ୍ଷା ସୁସ୍ଥ ଜୀବନଟିଏ ଦେବାପାଇଁ ଚିନ୍ତା କରିଥିଲେ |

ରାଜେନ୍ଦ୍ର ଭାରତୀୟ ରେଳ ବିଭାଗରେ କାର୍ଯ୍ୟରତ ଥିବାବେଳେ ପତ୍ନୀ ଚଂଚଳ ସରକାରୀ ମେଡିକାଲରେ ଷ୍ଟାଫ ନର୍ସ ଥିଲେ | ତେବେ ନିଜ ପୁଅକୁ ସଫଳ ଚାଷୀ କରିବା ପାଇଁ ଏହି ଦୁଇ ଦମ୍ପତ୍ତି ମଧ୍ୟପ୍ରଦେଶର ଇନ୍ଦୋରରେ ଦେଢ଼ ଏକର ଜମି କିଣିଛନ୍ତି | ଯେଉଁଥିପାଇଁ ଚଂଚଳ ନିଜ ଚାକିରି ମଧ୍ୟ ଛାଡିଦେଇଛନ୍ତି |

Photo-BetterIndia

ବଡ ସହରରେ ରହି ଅଧିକ ପଇସା ଆମେ ଆୟ କରୁଛେ ସତ | କିନ୍ତୁ ଏତେ ଟଙ୍କା ଆୟ କରି କଣ ଫାଇଦା, ଯଦି ଆମକୁ ସ୍ଵଛ ପାଣି, ନିଶ୍ୱାସ ପାଇଁ ପବନ ମିଳିପାରୁନି |

୨୦୧୬ ମସିହାରେ ଚାକିରି ଛାଡିବା ପରେ ୨୦୧୭ ମସିହାରେ ନିଜ ପୁଅ ଗୁରୁବକ୍ଷକୁ ଧରି ସେ ଇନ୍ଦୋର ଚାଲିଆସିଥିଲେ | ଏଥିପାଇଁ ଏହି ଦୁଇ ଦମ୍ପତ୍ତି ନିଜ ଜୀବନଚର୍ଯ୍ୟାରେ ମଧ୍ୟ ପରିବର୍ତ୍ତନ ଆଣିଥିଲେ | ପ୍ରକୃତିରୁ ଜୀବନ କିଭଳି ଜିଇଁହେବ ସେଥିପାଇଁ ସବୁ କିଛି ପ୍ରୟାସ ଆରମ୍ଭ କରିଥିଲେ | ସୌର ଶକ୍ତିରୁ ଘରେ ରୋଷେଇ କରୁଥିବାବେଳେ ନିଜ ଜମିରୁ ଉତ୍ପାଦିତ ହେଉଥିବା ପରିବା ରୁ ହିଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି |

ସମ୍ବନ୍ଧିତ ଖବର