“ମୁଁ ଏବେ ବେରୋଜଗାର ହୋଇଗଲି…” : ରାହୁଲ ଦ୍ରାବିଡ଼

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ଼ଙ୍କ ପ୍ରଶିକ୍ଷଣରେ ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ବ ବିଜେତା ହୋଇଛି। ଟି-୨୦ ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ପରେ ତାଙ୍କର ପ୍ରତିକ୍ରିୟା ସାମନାକୁ ଆସିଛି। ଏହି ବିଜୟ ନେଇ ସେ ଖୁସି ପ୍ରକାଶ କରିବା ସହ କହିଥିଲେ ଯେ ସେ ଆସନ୍ତା ସପ୍ତାହରୁ ବେରୋଜଗାର ହୋଇଯିବେ ।

ଗତକାଲି ଭାରତ ଚାମ୍ପିଅନ ହେବା ପରେ ତାଙ୍କୁ ଯେତେବେଳେ ତାଙ୍କ ପ୍ରତିକ୍ରିୟା ସଂପର୍କରେ ପଚରାଗଲା ସେ ହସି କରି କହିଲେ “ ଆସନ୍ତା ସପ୍ତାହରୁ ମୁଁ ବେରୋଜଗାର ହୋଇଯିବି , କିଛି ଅଫର ଅଛି କି ?”

ଜଣେ ଖେଳାଳି ଭାବରେ ଦ୍ରାବିଡ଼ ଭାରତୀୟ କ୍ରିକେଟର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ଥିଲେ ବି ତାଙ୍କ କ୍ୟାରିୟରରେ ସେ କୌଣସି ବିଶ୍ବବିଜୟୀ ଭାରତୀୟ ଦଳର ସଦସ୍ୟ ହୋଇପାରିନଥିଲେ । ତାଙ୍କ ଅଧିନାୟକତ୍ବରେ ୨୦୦୭ରେ ଭାରତ ଦିନିକିଆ ବିଶ୍ବକପରେ ଶୋଚନୀୟଭାବେ ପରାସ୍ତ ହୋଇ ପ୍ରାରମ୍ଭିକ ରାଉଣ୍ଡରୁ ବିଦାୟ ନେଇଥିଲା । ସେହିବର୍ଷ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ବକପରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଭାରତ ଚାମ୍ପିଅନ ହୋଇଥିଲା । କିନ୍ତୁ ଏବେ ଜଣେ ପ୍ରଶିକ୍ଷକଭାବେ ସେ ଟମ ଇଣ୍ଡିଆକୁ ବିଶ୍ବ ଚାମ୍ପିଅନ କରାଇଛନ୍ତି ।

 

ସମ୍ବନ୍ଧିତ ଖବର