ଟି-୨୦ ବିଶ୍ବକପ୍ : ଭାରତ ଆଗରେ ୯୭ ରନର ଲକ୍ଷ୍ୟ ରଖିଲା ଆୟର୍ଲାଣ୍ଡ

ନ୍ୟୁୟର୍କ : ନ୍ୟୁୟର୍କରେ ଚାଲିଥିବା ଆଇସିସି ଟି-୨୦ ବିଶ୍ବକପରେ ଭାରତ ନିଜର ପ୍ରଥମ ମ୍ୟାଚ ଆୟର୍ଲାଣ୍ଡ ବିରୋଧରେ ଖେଳୁଛି । ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ମାତ୍ର ୯୬ ରନ କରି ଅଲଆଉଟ ହୋଇଯାଉଛି । ଫଳରେ ଭାରତ ଆଗରେ ୯୭  ରନର ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ଭାରତୀୟ ବୋଲରମାନେ ଆୟର୍ଲାଣ୍ଡର ବ୍ୟାଟ୍ସମାନଙ୍କୁ ଚାପରେ ରଖିଥିଲେ । ଫଳରେ ଆୟର୍ଲାଣ୍ଡ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳ ୭ ରନରେ ପ୍ରଥମ ଓ୍ବିକେଟ ହରାଇଥିବାବେଳେ ୯ ରନରେ ୨ୟ ଓ୍ବିକେଟ ହରାଇଥିଲା । ଦଳର ମଧ୍ୟକ୍ରମ ବି ସଫଳ ହୋଇପାରିନଥିଲା ଓ ବଡ଼ ସ୍କୋର କରିପାରିନଥିଲା । ତେବେ ଗେରେଥ୍ ଡେଲାନି ୨୬ ରନ କରିଥିବାବେଳେ ଜସୁଆ ଲିଟଲ ୧୪ ରନ କରିଥିଲେ ।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର