ଗୁଏନାରେ ହେଉଛି ପ୍ରବଳ ବର୍ଷା, ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚକୁ ନେଇ ଆଶଙ୍କା

ଗୁଏନା : ଭାରତ ଓ ଇଂଲଣ୍ଡ ମଧ୍ୟରେ ୨୦୨୪ ଟି-୨୦ ବିଶ୍ୱକପର ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ । ଏହି ମ୍ୟାଚ୍ ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚକୁ ନେଇ ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ଲୋକଙ୍କ ଏହି ଉତ୍ସାହ ନିରାଶାରେ ପରିଣତ ହେବାକୁ ଯାଉଛି, କାରଣ ଗୁଏନାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ।

ଗୁୟାନାରେ ମ୍ୟାଚ୍ ପୂର୍ବରୁ ବର୍ଷାର ଏକ ଭିଡିଓ ସାମ୍ନାକୁ ଆସିଛି। ଗତ କିଛି ଦିନ ହେବ ଗୁୟାନାରେ ବର୍ଷା ହେଉଥିଲା, ଏବେ ମ୍ୟାଚ୍ ପୂର୍ବରୁ ପ୍ରବଳ ବର୍ଷାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହା କ୍ରିକେଟପ୍ରେମୀଙ୍କୁ ଚିନ୍ତାରେ ପକାଇଦେଇଛି ।

ଗୁୟାନାରେ ବର୍ଷାର ଯେଉଁ ଭଳି ଭିଡିଓ ସାମ୍ନାକୁ ଆସୁଛି, ପଡ଼ିଆର ସ୍ଥିତି ଦେଖିଲେ ଲାଗୁଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ରଦ୍ଦ ହୋଇପାରେ। ତେବେ ଆଇସିସି ନିୟମ ଅନୁଯାୟୀ ବର୍ଷା କିମ୍ବା ମ୍ୟାଚ୍ ବାତିଲ ହେବା ଭାରତୀୟ ପ୍ରଶଂସକଙ୍କ ପାଇଁ ସେତେଟା ନିରାଶ ହେବାର କାରଣ ନାହିଁ । ମ୍ୟାଚ ରଦ୍ଦ ହେବା କ୍ଷେତ୍ରରେ ଭାରତ ଫାଇନାଲକୁ ଯିବ । କାରଣ ଆଇସିସିର ନିୟମ ଅନୁସାରେ ଟିମ ଇଣ୍ଡିଆ ସୁପର-୮ ପର୍ଯ୍ୟାୟରେ ଟେବୁଲ ଶୀର୍ଷରେ ଥିଲା ।

 

ସମ୍ବନ୍ଧିତ ଖବର