ସୋର ରେଳ ଷ୍ଟେସନ ନିକଟ ଟ୍ରାକରେ କଟି ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ସୋର: ବା‌ଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନର ଅନତି ଦୂରରେ ଦୁଇଜଣ ଯୁବକ ପୃଥକ ଭାବେ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯୁବକ ବାଲେଶ୍ୱର ଜିଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସହିର ହରେକୃଷ୍ଣ ପାଣ୍ଡବ (୨୨)। ସେ ସୋରର ଏକ ଘରୋଇ ହୋଟେଲରେ କାମ କରୁଥିବା ବେଳେ ଗତକାଲି ରାତିରୁ ହୋଟେଲରୁ ବାହାରକୁ ଯାଇଥିଲେ। ବିଳମ୍ବିତ ରାତିରେ ଡାଉନ ଲାଇନର ଜଗନ୍ନାଥ ଏକ୍ସପ୍ରେସ ସାମ୍ନାକୁ ଆସି ଟ୍ରେନ ଧକ୍କାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।

ତେଣେ ଅନ୍ୟ ଜଣେ ବିହାର ଅଞ୍ଚଳର ଅବଦୁଲ କ୍ବାଦିର (୨୪)। ସେ ନିଜ ସାଥୀମାନଙ୍କ ସହ ପାଟନାରୁ ବିଶାଖାପାଟଣା ଅଭିମୁଖେ ଆନକୁଲାମ ଏକ୍ସପ୍ରେସରେ ଯାଉଥିଲେ। ଟ୍ରେନରେ ସିଟ ନ ଥିବା କାରଣରୁ ଦ୍ୱାର ସମ୍ମୁଖରେ ବସିଥିବା ସମୟରେ ବିଳମ୍ବିତ ରାତିରେ ସୋର ଷ୍ଟେସନର ଅନତି ଦୂର ତଳନଗର ନିକଟରେ ଖସିପଡ଼ିଥିଲେ। ସାଥୀମାନେ ଟ୍ରେନର ଚେନକୁ ଟାଣି ଗାଡି ଅଟକାଇବା ସହ ପୁଲିସକୁ ଖବର ଦେଇ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର