ପାଣି ପିଇବାକୁ ଯାଇଥିଲେ ୨୭ଟିକିଆ ‌ଗାଈପଲ, ମହାନଦୀର ‌ଜଳସ୍ରୋତରେ ଭାସିଗଲେ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସୁନାଦେଇ ମୁଣ୍ଡିଆ ନିକଟ ମହାନଦୀକୁ ପାଣି ପିଇବା ପାଈଁ ଯାଇ ବଢିପାଣିର ସ୍ରୋତରେ ଭାସିଗଲେ ଗାଈପଲ। ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ଦମକଳବାହିନୀ ପହଁଚି ଭାସି ଯାଇଥିବା ଗାଈମାନଙ୍କୁ ନଦୀ ମଧ୍ୟରୁ ଖୋଜାଖୋଜି କରିଥିଲେ। ନଦୀ  ମଧ୍ୟରେ ରହିଥିବା ବାଲିପଠାରେ ସେମାନେ ଗାଈମାନଙ୍କୁ ଠାବ କରିଥିଲେ।

ଗାଈମାନଙ୍କର ପାଦ ଚିହ୍ନ ଦେଖି ଦମକଳବାହିନୀର କର୍ମଚାରୀ ନଦୀର ବାଲିପଠାରେ ବହୁ ଖୋଜାଖୋଜି କଲା ପରେ ଭାସି ଆସିଥିବା ଗାଈମାନଙ୍କୁ ଠାବ କରାଯାଇପାରିଛି ।  ଏବେ ସେମାନଙ୍କୁ ସୁରକ୍ଷିତ ନଦୀ ମଧ୍ୟରେ ରହିଥିବା ବାଲି ପଠାରୁ ଉଦ୍ଧାର କରାଯାଇପାରିଛି ବୋଲି ଦମକଳ ଷ୍ଟେସନର ଅଧିକାରୀ ପ୍ରଫୁଲ କୁମାର ଓଝା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମହାନଦୀର ସ୍ରୋତରେ ଭାସି ଆସିଥିବା ଗାଈମାନଙ୍କ ସଂଖ୍ୟ  ପ୍ରାୟ ୨୭ରୁ ଊର୍ଦ୍ଧ ରହିଛି। ଦମକଳବାହିନୀ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ  ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ଯୋଗୁ ମହାନଦୀ ମଧ୍ୟରେ ଫସି ରହିଥିବା ଗାଈମାନଙ୍କୁ ସୁରକ୍ଷିତ ଭାବେ କରାଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର