ଆବାସ ଅନିୟମିତତା, ବିଜେପିର ଶୋଭାଯାତ୍ରା

କେନ୍ଦୁଝର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ କେନ୍ଦୁଝର ସଦର ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରାଯାଇଛି। କାଳୀପଡ଼ିଆରୁ ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ ବ୍ଲକ୍‌ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ବରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଯୋଗ‌ଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଇ ଯୋଗ୍ୟଙ୍କୁ ଆବାସ ଯୋଗାଇଦେବାକୁ ଦାବି କରିଥିଲେ। ଅଯୋଗ୍ୟଙ୍କୁ ଆବାସ ତାଲିକାରେ ସ୍ଥାନ ଦିଆଯାଇଥିବାରୁ ଲକ୍ଷଲକ୍ଷ ବାସହୀନ ଘର ପାଇବାରୁ ବଞ୍ଚିତ ହେଉଥିବା ଶ୍ରୀ ମାଝୀ ଅଭିଯୋଗ କରିଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ଧରଣର ଅନିୟମିତତା ହୋଇଥିବା କେନ୍ଦୁଝରଗଡ଼ ପୌରାଧ୍ୟକ୍ଷ ନିକୁ ସାହୁ ଅଭିଯୋଗ କରିଥିଲେ। ଶେଷରେ ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନଗର ମଣ୍ଡଳ ବିଶ୍ୱଜିତ ତ୍ରିପାଠୀ, କେନ୍ଦୁଝର ନିର୍ବାଚନମଣ୍ଡଳୀ ପ୍ରଭାରୀ ରାମଚନ୍ଦ୍ର ସାହୁ, କିରଣବାଳା ନାୟକ, ବିଜେ ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ସୂତ୍ରଧର, ସାବିତ୍ରୀ ବିଶ୍ୱାଳ, ନଗର ଯୁବମୋର୍ଚ୍ଚା ସଭାପତି ପ୍ରିୟବ୍ରତ ଜେନା, ଜିଲ୍ଲା ଉପସଭାପତି ଗଣେଶ୍ୱର ମହାନ୍ତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବ୍ରତ ମହାନ୍ତି, ରାଇସୁଆଁ ମଣ୍ଡଳ ସଭାପତି ବାବୁ ସେଠୀ, ପଳାଶପଙ୍ଗା ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତ, ନରଣପୁର ମଣ୍ଡଳ ସଭାପତି ଚିନ୍ତାମଣି ମହାନ୍ତ, ପୂର୍ବତନ ସାଧାରଣ ସମ୍ପାଦକ ଦିଲୀପ ପଣ୍ଡା, ନରଣପୁର ମଣ୍ଡଳ ସାଧାରଣ ସମ୍ପାଦକ ଦୋଳଗୋବିନ୍ଦ ପଣ୍ଡା, ବିବେକାନନ୍ଦ ମହାନ୍ତ, ସରୋଜ ସାହୁ, ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସାଦାରଣ ସମ୍ପାଦକ ଏମ୍‌ଡି ଜଲ୍ଲାଲୁଦ୍ଦିନ ଆକବର, ବିବେକ ମହାନ୍ତ, ଧନୁର୍ଜୟ ମହାନ୍ତ, କାଉନସିଲର ଇନ୍ଦୁମତି ମିଶ୍ର, ପଙ୍କଜ କୁମାର ଦ୍ୱିବେଦୀ, କଳ୍ପନା ସାହୁ, ମୀନା ଦଳେଇ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର