ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍: ସ୍ବାମୀ ଗୁରୁତର, ସ୍ତ୍ରୀ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ହୁର୍ମେଇରେ ଦମ୍ପତିଙ୍କୁ ଛୁରୀରେ ରକ୍ତାକ୍ତ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଦେଢ଼ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଉଭୟ ସ୍ବାମୀ ଓ ସ୍ତ୍ରୀ ଆହତ ହୋଇଥିବାବେଳେ ସ୍ବାମୀ ଗୁରୁତର ଥିବା ଜଣାପଡ଼ିଛି।

ଗୁରୁତର ଜଣକ ହେଉଛନ୍ତି ହୁର୍ମେଇର ବସନ୍ତ ବାଡ଼ା। ବସନ୍ତଙ୍କ ଘରେ ଏକ ଜନସେବା କେନ୍ଦ୍ର ଚାଲିଛି। ଆଜି ମଧ୍ୟାହ୍ନରେ କିଛି ଦୁର୍ବୃତ୍ତ କେନ୍ଦ୍ରକୁ ଫଟୋ ଉଠାଇବା ବାହାନାରେ ପଶିଥିଲେ। ଥରେ ଫଟୋ ଉଠାଇବା ପରେ ଭଲ ହୋଇନି କହି ପୁଣି ଭଲକରି ଫଟୋ ଉଠାଇବାକୁ ତାଗିଦ୍ କରିଥିଲେ। ଏହାପରେ ଦୁବୃର୍ତ୍ତ ହଠାତ୍‌ ବସନ୍ତଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ବସନ୍ତ ସେମାନଙ୍କୁ ପ୍ରତିରୋଧ କରିବାରୁ ଛୁରୀ ମାରି  ରକ୍ତାକ୍ତ କରିଦେଇଥିଲେ। ଏହିସମୟରେ ଘରେ ଥିବା ସ୍ତ୍ରୀ ସେମାନଙ୍କ କବଳରୁ ବସନ୍ତଙ୍କୁ ରକ୍ଷା କରିବାକୁ ଚେଷ୍ଟା କଲାବେଳେ ତାଙ୍କୁ ମଧ୍ୟ ଛୁରୀରେ ଆଘାତ କରିଥିଲେ। ଶେଷକୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ କେନ୍ଦ୍ରରୁ ଦେଢ଼ଲକ୍ଷ ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର