ନବୀନ ନିବାସରେ ବିଜେଡିର ବୈଠକ ଜାରି

ଭୁବନେଶ୍ବର: ନବୀନ ନିବାସରେ ବୁଧବାର ସନ୍ଧ୍ୟାରେ ବିଜେଡିର ବୈଠକ ଜାରି ରହିଛି। ନବ ନିର୍ବାଚିତ ବିଜେଡି ବିଧାୟକଙ୍କ ନବୀନ ନିବାସରେ ଭିଡ଼ ରହିଛି। ନବୀନ ନିବାସରେ ପଂହଁଚିଲେ ଗଣେଶ୍ୱର ବେହେରା, ସତେନ୍ଦ୍ର ହରିପାଲ, ନବ ମଲ୍ଲିକ, ଦେବି ରଞ୍ଜନ ତ୍ରିପାଠୀ, ସଂଜୀବ ମଲ୍ଲିକ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠି, ବଦ୍ରି ପାତ୍ର, ବିଶ୍ୱ ମଲ୍ଲିକ, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ୱାଳ, ଅନନ୍ତ ଜେନା, ଅରବିନ୍ଦ ମହାପାତ୍ର, ବିଭୁତି ବଳବନ୍ତରାୟ, ରମେଶ ବେହେରାଙ୍କ ସମେତ ଅନ୍ୟମାନେ ମଧ୍ୟ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ବାଚିତ ପ୍ରାର୍ଥୀମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେ‌ଉଛନ୍ତି।

ସମ୍ବନ୍ଧିତ ଖବର