ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ: ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ, ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସକ୍ରିୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା କାଲି ସକାଳ ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

୨୫ ମେ’ ସକାଳ ସୁଦ୍ଧା ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ମେ’ ୨୬ ତାରିଖ ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ଭୀଷଣ ରୂପ ନେଇ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ରରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ କହିଛି। ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସକ୍ରିୟ ଲଘୁଚାପ ଏବେ ଉତ୍ତର ପୂର୍ବ ଦିଗକୁ ଗତି କରୁଛି। ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଶୁକ୍ରବାର ସକାଳ ସୁଦ୍ଧା ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶରେ ଏହା ଏକ ବାତ୍ୟାର ରୂପ ନେବା ସହିତ ଉତ୍ତର-ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ୨୫ ମେ’ ସକାଳ ସୁଦ୍ଧା ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ବାତ୍ୟା ଭୀଷଣ ରୂପ ନେବ।

 

ସମ୍ବନ୍ଧିତ ଖବର