ସୋର ପୁଲିସ ହାତରେ ହାଇୱେ ଲୁଟେରା ଗ୍ୟାଙ୍ଗ

ସୋର : ୧୬ ନମ୍ବର ଜାତୀୟ ରାଜପଥରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇଥିବା ଏକ ଡକାୟତି ଗ୍ୟାଙ୍ଗ୍‌ର ୭ ଜଣ ଯୁବକଙ୍କ ସହିତ ୨ ଜଣ ନାବାଳକଙ୍କୁ ଧରିବାରେ ସକ୍ଷମ ହୋଇଛି ସୋର ପୁଲିସ। ଅଭିଯୁକ୍ତମାନଙ୍କ ନିକଟରୁ ବନ୍ଧୁକ, ଭୁଜାଲି, ଚାପଡ୍‌, ଲୁହାରଡ୍, ଛୁରି, ୧୮ଟି ଚୋରା ମୋବାଇଲ, ଗୋଟିଏ ହାତଘଣ୍ଟା, ୬୭୦ ଟଙ୍କା, ୩ଟି ପଲସର୍‌ ବାଇକ୍ (ଓଡି୦୧ଏଏସ – ୮୦୩୫, ଓଡି୦୧ଏଏଚ୍‌ – ୯୪୫୮, ଓଡି୦୧ଏଆର – ୦୯୭୩) ସହିତ ଗୋଟିଏ ହିରୋ ସ୍ଲେଣ୍ଡର ବାଇକ୍‌ (ଓଡି୦୧ଏଆର-୨୧୯୫) ଜବତ କରାଯାଇଛି। ଲୁଟେରା ଗ୍ୟାଙ୍ଗ୍‌ର ୯ ଜଣଙ୍କୁ ଧରାଯାଇଥିବା ବେଳେ ଆଉ ଜଣେ ଏବେ ବି ଫେରାର ଅଛି।

ଏମାନେ ସୋର ଥାନାରେ ୭ଟି, ଖଇରା ଥାନାରେ ଗୋଟିଏ, ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନାରେ ଗୋଟିଏ, ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୩ଟି ଓ ବାସୁଦେବପୁର ଥାନାରେ ଗୋଟିଏକୁ ମିଶାଇ ମୋଟ୍‌ ୧୩ଟି ସଙ୍ଗିନ ଅପରାଧ ମାମଲାରେ ସମ୍ପୃକ୍ତ ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସୋର ଥାନା ରଘୁନାଥପୁର ଗ୍ରାମର ନରେନ୍ଦ୍ର ଦାସ (୨୧), ଛତରା ମୁଳିଆବନ୍ଧ ଗ୍ରାମର ମାନସ ଜେନା (୧୯), ତୁରିଗଡ଼ିଆ ଗ୍ରାମର ମୀର ମୋହିତ (୧୯), ଔପଦା ବ୍ଲକ୍‌ ଗରୁଡ଼ହୋତା ଗ୍ରାମର ପ୍ରକାଶ ବିଶ୍ୱାଳ (୨୨), ଆଟପୁର ଗ୍ରାମର ସଚିନରାଜ ଜେନା (୧୮), ଲିଙ୍ଗପଡା ଗ୍ରାମର ରାଜୀବ ନାୟକ (୧୯), ସିରାପୁରପାଟଣା ଗ୍ରାମର ଛତିଶ ବାରିକ (୨୧) ଓ ଅନ୍ୟ ଦୁଇଜଣ ନାବାଳକ।

ସମ୍ବନ୍ଧିତ ଖବର