ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପରିବାର ଆଣିଲେ ହତ୍ୟା ଅଭିଯୋଗ

ବାଲେଶ୍ବର: ବାଲେଶ୍ବର ସହର ରାଜାବଗିଚାରେ ଥିବା ଏକ ଗେଷ୍ଟ ହାଉସ୍‌ର ହାଉସ୍‌କିପରଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ; ମୁଖୁରା ପଞ୍ଚାୟତ ରହଣି ଗାଁ’ର ରାମଗୋପାଳ ଦାଶ। ସେ ୨ ବର୍ଷ ଧରି ଉକ୍ତ ଗେଷ୍ଟ ହାଉସ୍‌ରେ କାମ କରୁଥିଲେ। ତେବେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ରାମଗୋପାଳଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ମୃତକ ଅଭାବ ହେତୁ ଲକ୍ଷାଧିକ ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କରୁ ଋଣ କରିଥିଲେ। ଋଣଭାର ଯୋଗୁଁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମଧ୍ୟ କୁହାଯାଉଛି। ସହଦେବଖୁଣ୍ଟା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର