ମାଓ ଡମ୍ପରୁ ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ 

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ଯବାନମାନେ ସର୍ଚ୍ଚ ଅପରେସନରେ ମାଓ ଡମ୍ପ ଠାବ କରିଛନ୍ତି। ସେଠାରୁ ବନ୍ଧୁକ ସହିତ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।

ସୂଚନା ଅନୁଯାୟୀ, ସୁକୁମା ଜିଲ୍ଲାର ଭେଜି ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଯବାନମାନେ ସର୍ଚ୍ଚ ଅପେରସନ କରୁଛନ୍ତି। ବସ୍ତର ଫାଇଟର ଓ ଡିଆରଜି ଯବାନମାନେ ଦନ୍ତେଶପୁରମ ଓ କୋରାଜଗୁଡା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିଲା। ସେହି ରାସ୍ତାରୁ ଗୋଟିଏ ମାଓ ଡମ୍ପକୁ ଠାବ କରିଥିଲେ, ଯବାନମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ରଖିଥିଲେ। ସେଠାରୁ ୪ଟି ବନ୍ଧୁକ, ଗୁଳି, ମାଗାଜିନ୍, ଗ୍ରେନେଡ ଲଞ୍ଚର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ସୁକୁମା ଏସପି କିରଣ ଚୌହ୍ବାନ କହିଛନ୍ତି। 

ସମ୍ବନ୍ଧିତ ଖବର