ଇଣ୍ଡିଆ ଟିମ ମ୍ୟାନେଜର ସତବୀର ସିଂଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ମାଲକାନଗିରି: ଦକ୍ଷିଣ ଆଫ୍ରିକାରେ ହୋଇଥିବା କ୍ରିକେଟ ମ୍ୟାଚରେ ଭାରତୀୟ ଟିମର ମ୍ୟାନେଜର ଭାବେ ଦାଇତ୍ଵ ପାଇଥିବା ମାଲକାନଗିରି ସହରର ସତବିର ସିଂ ରିୟାର (ପପୁ ସିଂ)ଙ୍କୁ ଆଜି ମାଲକାନଗିରି ଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ ମୋଟୁରେ ପହଞ୍ଚିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ପରେ ମାଲକାନଗିରି ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ମାଲକାନଗିରି ମା’ ଭୈରବୀ ମନ୍ଦିର ନିକଟରେ ପହଞ୍ଚି ସେ ମା’ଙ୍କ ଆର୍ଶୀବାଦ ଗ୍ରହଣ କରିଥିଲେ। ସେଠାରୁ ମାଲକାନଗିରିବାସୀ ତାଙ୍କୁ ଫୁଲମାଳ ପିନ୍ଧାଇ ପୁଷ୍ପଗୁଚ୍ଛ ଦେଇ ପାଛୋଟି ଆଣିଥିଲେ। ସେଠାରୁ ବହୁ କ୍ରିକେଟପ୍ରେମୀମାନେ ବାଇକ ଶୋଭାଯାତ୍ରାରେ ବାହାରି ମାଲାକନଗିରି ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲେ।

ମାଲକାନଗିରି ବସଷ୍ଟାଣ୍ଡ ଠାରେ ସହରର ଶତାଧିକ ଜନସାଧାଣର ଓ ଯୁବକଯୁବତିମାନେ ସେଠାରେ ପପୁ ସିଂଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେଠାରୁ ଡିଜେ ଓ ପାରମ୍ପରିକ ବଜାଇ ଏକ ବିଶାଲ ଶୋଭଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଯୁବତଯୁବତୀମାନେ ନାଚି ନାଚି ଡିଏନକେ ଖେଳ ପଡିଆରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ଆୟୋଜିତ ସଭାରେ ଜିଲ୍ଲା କ୍ରିକେଟ ଆସୋସିଏସ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ମ୍ୟାଚର ଅନୁଭୁତିକୁ ବାଣ୍ଟିଥିଲେ। ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଭାରତ ବିଜୟ ଲାଭ କରିଥିବା ବେଳେ ସେ ଟିମ ମ୍ୟାନେଜର ଭାବରେ ଦାୟିତ୍ବ ତୁଲାଇଥିଲେ। ଶେଷ ମ୍ୟାଚରେ ଭାରତ ଭଲ ପଦର୍ଶନ କରିଥିବା ବେଳେ ତାଙ୍କୁ ଲକି ମ୍ୟାନେଜର ଭାବରେ ସେଠାରେ ଶୁଭେଚ୍ଛା ଜଣାଇଥିଲେ। ସେ ପୂର୍ବରୁ ଓଡିଶା ରଜଳୀ ଦଳ ସହ ୧୬ ବର୍ଷରୁ କମ, ୧୯ ବର୍ଷରୁ କମ ଓ ମହିଳା ଦଳର ମ୍ୟାନେଜର ଭାବରେ ଦାୟିତ୍ବ ତୁଲାଇ ଆସିଛନ୍ତି। ପ୍ରଥମ ଥର ପାଇଁ ସେ ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବରେ ଦାୟିତ୍ବ ପାଇଥିବା ଖୁସିବ୍ୟକ୍ତ କରିଥିଲେ। ପ୍ରକାଶଥାଉକି, ପପୁ ସିଂ ହେଉଛନ୍ତି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ ସଭାପତି ସ୍ବର୍ଗତ ମେହେଙ୍ଗା ସିଂ ଓ ପୂର୍ବତନ ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତ କୌରଙ୍କ ପୁତ୍ର, ଏବଂ ଓଡିଆ ଅଭିନେତା ପୁପିନ୍ଦର ସିଂଙ୍କ ଭାଇ ଅଟନ୍ତି।

ସମ୍ବନ୍ଧିତ ଖବର