ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି କଲେଜ ପାଖରେ ପକାଯାଇଥିବା ରାଇସ ମିଲ୍ର ଜଳନ୍ତା ରାଖଡ଼ରେ ପଡ଼ି ଜୟନ୍ତ ମାଝୀ(୨୯)ଙ୍କ ଦୁଇ ଗୋଡ଼ ପୋଡ଼ି ଯାଇ ଗୁରୁତର ଆହତ ହୋଇଛନ୍ତି। ଆହତ ଜୟନ୍ତଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ଡାକ୍ତରଙ୍କ ପରାମର୍ଶ କ୍ରମେ ବୁର୍ଲା ନେଇଥିବା ଜଣାଯାଇଛି।ଜୟନ୍ତଙ୍କ ମା’ ବେଲମତୀ ମାଝୀ ଡୁଙ୍ଗୁରିପାଲି ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି, ଗୁରୁବାର ପୁଅ ଜୟନ୍ତ କଲେଜ ପାଖକୁ ଶୌଚ ପାଇଁ ଯାଇଥିଲେ। ବନ୍ଧପାଲି ନିକଟସ୍ଥ ସତ୍ୟବାଦୀ ରାଇସ ମିଲର ମାଲିକ ଗଙ୍ଗାଧର ଦଣ୍ଡସେନା କଲେଜ ପାର୍ଶ୍ୱରେ ଜଳନ୍ତା ରାଖଡ଼ ପକାଇ ଦେଇଥିବାରୁ ସେ ଖସି ପଡ଼ିଥିଲେ। ଫଳରେ ଜୟନ୍ତଙ୍କ ୨ ଗୋଡ଼ର ଆଣ୍ଠୁ ତଳକୁ ସଂପୂର୍ଣ୍ଣ ପୋଡ଼ି ଯାଇଛି। ଡୁଙ୍ଗୁରିପାଲି ଆଇଆଇସି ଅମରେନ୍ଦ୍ର ଷାଣ୍ଢ ଏତଲା ଗ୍ରହଣ କରି କେସ ଋଜୁ କରାଯିବ ବୋଲି ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp