କଳାହାଣ୍ଡିରେ ମଦ ଦୋକାନରେ ଭିଡ, ସାମାଜିକ ଦୁରତାକୁ କିଏ ପଚାରେ
ଅନଲାଇନ ବିକ୍ରି ଆଇନକୁ ଉଲ୍ଲଙ୍ଘନ କରି ଖୁଲମଖୁଲା ଚାଲିଛି ମଦ ବିକ୍ରି
ଭବାନୀପାଟଣା: ରାଜ୍ୟ ସରକାର ରାଜ୍ୟ ରେ ଥିବା ମଦୁଆଙ୍କୁ ଖୁସି କରିବା ଓ ରାଜସ୍ୱ ବଢ଼ାଇବା ପାଇଁ ଅନଲାଇନ ଜରିଆରେ ମଦ ମିଳିବ ବୋଲି ଘୋଷଣା କରିଥିଲେ । ଏହି ଘୋଷଣା ପରେ ଏବେ କଳାହାଣ୍ଡି ଜିଲ୍ଲାରେ ମଦର ବନ୍ୟା ଦେଖିବାକୁ ମିଳିଛି । ଜିଲ୍ଲାରେ ସାମାଜିକ ଦୂରତା ନିୟମକୁ ମଦୁଆ ମାନୁଛନ୍ତି ନା ମଦ ଦୋକାନ ମାଲିକ ମାନୁଛନ୍ତି । ଅନଲାଇନ ବିକ୍ରି ଆଇନକୁ ଉଲ୍ଲଙ୍ଘନ କରି ଖୁଲମଖୁଲା ଚାଲିଛି ମଦ ବିକ୍ରି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ନିକଟରେ ଥିବା ବିଦେଶୀ ମଦ ଦୋକାନରେ ଖୁଲମଖୁଲା ଦୋକାନ ରେ ବିକ୍ରୀ ହୋଉଛି ମଦ । ନା ମାସ୍କ ଅଛି, ନା ସାମାଜିକ ଦୁରତା । ଲକଡାଉନର ସବୁ ନିତି ନିୟମ କୁ ଫୁ କରି ମଦ କିଣିବା ଲାଗି ଭିଡ ଜମାଇଛନ୍ତି ଗ୍ରାହକ । ଦୋକାନ ସଟର ମଧ୍ୟ ଖୋଲା ଅଛି।
ତେବେ ବେଧଡକ ଭାବରେ ଚାଲିଛି ମଦ ବ୍ୟାପାର । ହୋମ ଡେଲିଭରି ଚାର୍ଜ ନେଇ ଦୋକାନ ରେ ହିଁ ବିକ୍ରୀ ହୋଉଛି ମଦ । ଆଉ ମଦ୍ୟପଙ୍କ ମଦ ନିଶା ଏତେ ଯେ ଚଢା ଦର ରେ କିଣିବା ନେଇ ପ୍ରତିବାଦ ମଧ୍ୟ ନାହିଁ । କେହି କେହି ପ୍ରତିବାଦ ମଧ୍ୟ କରୁଛନ୍ତି ହେଲେ ବିଦେଶୀ ମଦ ଦୋକାନୀ ସୁଣୁନାହି ଯାହା ଫଳରେ ଚଢା ଦରରେ ମଧ୍ୟ ମଦ ନେଉଛନ୍ତି । ସରକାର ହୋମ୍ ଡେଲିଭେରି ଯୋଗେ ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ କଳାହାଣ୍ଡି ରେ କିନ୍ତୁ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି ।
ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଲୋକମାନଙ୍କୁ ସିଧାସଲଖ ବିକ୍ରି କରାଯାଇଥିବା ଜଣାପଡ଼ିଛି। ଏପରିକି ସାମାଜିକ ଦୂରତା ବି ରକ୍ଷା କରାଯାଇ ନାହିଁ । ଅଧିକାଂଶ ଲୋକ ମାସ୍କ ମଧ୍ୟ ପିନ୍ଧିନଥିଲେ । ପୁଲିସ ଓ ଅବକାରୀ ବିଭାଗର ଅଧିକାରୀମାନେ ଜାଣିବା ପରେ ବି ନିରବ ରହିବା ଘଟଣା ସାଧାରଣ ରେ ଭୃକୁଞ୍ଚନ ସୃଷ୍ଟି ହୋଇଛି । ଏସମ୍ପର୍କରେ ମଦ ଦୋକାନୀ ଙ୍କୁ ପଚାରିଲେ ଆମେ ଭିଡ କରୁନାହୁ କି କାଉଣ୍ଟର ରୁ ମଦ ବିକୁନାହୁ ବୋଲି ଯୁକ୍ତି ବାଢୁଛନ୍ତି। ସେହିଭଳି ଗ୍ରାମାଞ୍ଚଳରେ ଶହ ଶହ ବେଆଇନ ଭାବେ ହାତ ରନ୍ଧା ମଦ ଚଢ଼ା ଦରରେ ବିକ୍ରି ହେଉଛି । ଅବକାରୀ ବିଭାଗ, ପୁଲିସ ଓ ମଦ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧରପଗଡ଼ ଧର୍ମକୁ ଆଖିଠାର ଭଳି ହେଉଛି ।
ଗୋଟିଏ ଗୋଟିଏ ଗାଁ ରେ ୨୦ ରୁ ଅଧିକ ବେଆଇନ ମଦ କୋଠି ଥିବା ବେଳେ ଏହି ମଦ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସେହିଭଳି ଲକଡାଉନ ଯୋଗୁଁ ମଦଭାଟି ଗୁଡିକ ବନ୍ଦ ଥିବା ବେଳେ ଏହି ଭାଟି ମାଲିକ ମନେ ହିଁ ଜଙ୍ଗଲ କିମ୍ବା କୌଣସି ଜାଗାରେ ଲୁଚାଛୁପା ମଦ ତିଆରି କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉନ ଥିବାରୁ ବେଆଇନ ମଦ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତୁରନ୍ତ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହାର ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି ।