ରେଳ ଧାରଣାରେ ପିଲା ଖାଦ୍ୟ ପ୍ରସ୍ତୁତ କରିବା ସହିତ ପାଠପଢ଼ୁଥିବା ଭିଡିଓ ଦେଖି ରେଳବାଇର ପ୍ରତିକ୍ରିୟା

ନୂଆଦିଲ୍ଲୀ: ମୁମ୍ବାଇର ମହିମା ଜଙ୍କସନ ରେଲୱେ ଷ୍ଟେସନର ଲୋକାଲ ଟ୍ରେନ ଧାରଣାରେ ଲୋକେ ଖାଦ୍ୟ ପ୍ରସ୍ତୁତ କରିବା ସହିତ ଶୋଇ ପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ‌ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଏହି ଭିଡିଓକୁ ମୁମ୍ବାଇମେଟେରେଜ ନାମକ ଆକାଉଣ୍ଟର ଏକ୍ସରେ ସେୟାର କରାଯାଇଛି। ଏହି ଭିଡିଓକୁ ଦେଖି  ମୁମ୍ବାଇ ଡିଭିଜନ- ସେଣ୍ଟ୍ରାଲ ରେଲୱେ ଡିଭିଜନର ରେଳ ମ୍ୟାନେଜର ପ୍ରତିକ୍ରିୟା ଦେଇଛନ୍ତି।

ଭିଡିଓରେ ଅନେକ ମହିଳା ରେଳଧାରଣାରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ କିଛି ପିଲା ପାଠପଢ଼ୁଥିବା ବି ଦେଖିବାକୁ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ଅନ୍ୟମାନେ  ଧାରଣାରେ ଖେଳୁଥିବା ବେଳେ ଆଉ କିଛି ପିଲାଙ୍କୁ ଶୋଇ ପଡ଼ିଥିବା ବି ଦେଖିବାକୁ ମିଳୁଛି।

 

ଏହି ପୋଷ୍ଟକୁ ଦେଖିବା ପରେ କେନ୍ଦ୍ର ରେଳର ଡିଆରଏମ ମୁମ୍ବାଇ ସେଣ୍ଟାଲ ୱେଷ୍ଟର୍ନ  ରେଲୱେର ଡିଆରଏମଙ୍କୁ ଏହି ଘଟଣାର ଯାଞ୍ଚ ଆଦେଶ ଦେଇଛନ୍ତି।

ଭିଡିଓ ଦେଖି ଲୋକେ ପ୍ରତିକ୍ରିୟା ଦେଇ ରେଳବାଇକୁ ଅନୁରୋଧ କରିଛନ୍ତି କି ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ତୁରନ୍ତ ଏ‌ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସମ୍ବନ୍ଧିତ ଖବର