ପାଣ୍ଡୋରା ପେପର ଲିକ୍ ମାମଲା: ସ୍ବରୂପ ଭ୍ରାତାଙ୍କ ୩୦ କୋଟି ସଂପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ୨୦୨୧ର ପାଣ୍ଡୋରା ପେପର ଲିକ୍ ମାମଲାରେ ସ୍ଥାନ ପାଇଥିବା ଦୁଇ ବ୍ୟବସାୟୀ ଭ୍ରାତାଙ୍କର ୩୦.୬୦ କୋଟି ଟଙ୍କା ମୂଲ୍ୟ ନିବେଶ ସଂପତ୍ତିକୁ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ (ଇଡି) ଜବତ କରିଛି। ବିଦେଶୀ ମୁଦ୍ରା ବିନିମୟ ଆଇନ ୧୯୯୯ରେ ଉଲ୍ଲଂଘନ ଯୋଗୁ ବ୍ୟବସାୟୀ ବିକ୍ରମ ଏବଂ ଗୌରବ ସ୍ବରୂପ ସିକ୍ୟୁରିଟିଜ୍‌ରେ ନିବେଶ କରିଥିବା ଏହି ସଂପତ୍ତି ଜବତ ହୋଇଛି। ବ୍ରିଟିସ ଭର୍ଜିନ ଆଇଲାଣ୍ଡରେ ଥିବା କମ୍ପାନି ଏପସିଲନ ଏଣ୍ଟରପ୍ରାଇଜେସ ଲିମିଟେଡର ହିତାଧିକାରୀ ଏହି ଦୁଇ ଭ୍ରାତା ବୋଲି ପାଣ୍ଡୋରା ପେପର ଲିକ୍‌ରୁ ଜଣାପଡ଼ିଥିଲା। ତଦନ୍ତରୁ ଏହା ଜଣାପଡ଼ିଥିଲା ଯେ ସେମାନେ ଦୁଇ ବିଦେଶୀ ବ୍ୟାଙ୍କରେ ବିଦେଶୀ ମୁଦ୍ରା ବିନିମୟ ଆଇନକୁ ଉଲ୍ଲଂଘନ କରି ସଂପତ୍ତି ରଖିଛନ୍ତି।

ସମ୍ବନ୍ଧିତ ଖବର