ୱିଙ୍ଗ୍‌ସ ଫାର୍ମା ପ୍ରତି‌ଷ୍ଠାତା ସମ୍ମାନିତ

ନୂଆଦିଲ୍ଲୀ: ୱିଙ୍ଗ୍‌ସ ଫାର୍ମାସ୍ୟୁଟିକାଲ୍ସର ପ୍ରତିଷ୍ଠାତା ଆର୍‌ ପି ଅରୋରାଙ୍କୁ ‘ହେଲ୍‌ଥକେୟାର ‌ଏଣ୍ଟରପ୍ରିନ୍ୟୁର ଅଫ୍‌ ଦି ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମାରୋହରେ ଜଣାଶୁଣା ଅଭିନେତା ସୁନୀଲ ସେଟ୍ଟୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ଭାରତୀୟ ଫାର୍ମାସ୍ୟୁକାଲ ଉଦ୍ୟୋଗ କ୍ଷେତ୍ରରେ ୱିଙ୍ଗ୍‌ସ ଫାର୍ମା ଏକ ପ୍ରମୁଖ ଉଦ୍ୟୋଗ। ଦୀର୍ଘ ୪୪ ବର୍ଷର ସେବା ଜରିଆରେ ଏହା ଗ୍ରାହକଙ୍କ ବିଶ୍ବାସଭାଜନ ହୋଇପାରିଛି। ପ୍ରତିଷ୍ଠାତା ଶ୍ରୀ ଅରୋରା ଦିଲ୍ଲୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ ସାଇନ୍ସ ଆଣ୍ଡ୍‌ ରିସର୍ଚ୍ଚ, ନୂଆଦିଲ୍ଲୀରୁ ସ୍ନାତକ ଡିଗ୍ରି ହାସଲ ପରେ ଆଇସିଏଫ୍‌ଏଆଇରୁ ଏମ୍‌ବିଏ କରିଛନ୍ତି। ନିଜର ପରିଶ୍ରମ ଓ ନିଷ୍ଠା ବଳରେ ଶ୍ରୀ ଅରୋରା କମ୍ପାନିକୁ ଭାରତରେ ଗ୍ରାହକଙ୍କ ଆସ୍ଥା ଭାଜନ କରାଇ ପାରିଛନ୍ତି। ୨୦୨୩ରେ ସେ ସିଆଇଏମ୍‌ଏସ୍‌ ମେଡିକା ଦ୍ବାରା ଇନୋଭେଟିଭ ‘ଫାର୍ମା ଲିଡର ଅଫ୍‌ ଦି ଇୟର’ ଏବଂ ରାଷ୍ଟ୍ରୀୟ ପୁରସ୍କାର ଦ୍ବାରା ‘ସିଇଓ ଅଫ୍‌ ଦି ଇୟର’ ସମ୍ମାନ ସମେତ ଅନ୍ୟାନ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ସମ୍ବନ୍ଧିତ ଖବର