ମୟୁରଭଂଜ: ଦ୍ଵାରଶୁଣୀ ଘାଟୀରେ ଦୃର୍ଘଟଣା, ଶହେ ଫୁଟ ତଳକୁ ଖସିଲା

ଟ୍ରକ-ବାଇକ ଆରୋହୀ ସହିତ ତିନି ଗୁରୁତର

ବାଙ୍ଗିରିପୋଷି: ଦୃର୍ଘଟଣା ବି ଏମିତି ଘଟେ ପଢିଲେ ଆଶ୍ଚର୍ଯ୍ୟ ହେବେ। ନିଜ ବଂଧୁ ସହିତ ଘାଟି ରାସ୍ତାରେ ଦେଖା ହେଲା ପରେ ବିଶୋଇ ଥାନା ଅଂଚଳର ରାଜେନ୍ଦ୍ର ମହାନ୍ତ (୨୮) ନିଜ ବାଇକ୍‌ ରେ ବାରିପଦା ଆସୁଥିବା ବେଳେ ଏକ ଦୂରଗାମୀ ଟ୍ରକ ନଂ ଇ-୨୯ଇ-୦୨୦୬୮ ପଛ ପଟୁ ଧକ୍କା ଦେଇ ବାଇକ୍‌ ଆରୋହୀ ସହିତ ଶହେ ଫୁଟ ତଳକୁ ଖସିଥିଲା। ଫଳରେ ବାଇକ୍‌ ଆରୋହୀ ସହିତ ଡ୍ରାଇଭର ଓ ହେଲପର ଗୁରୁତର ହୋଇ ଥିଲେଯ ଟ୍ରକ ଟି ଟାଟା ରୁ ହଳଦିଆ ମାଟି ନେଇ ଯାଉଥିଲା।

ବାଙ୍ଗିରିପୋଷି ପୁଲିସ ଓ ଦମକଳ ବାହିନୀ ତିନିଜଣ ଗୁରୁତରଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କୁ ପଠାଯାଇଛି। ଟ୍ରକ ବ୍ରେକଫେଲ ଯୋଗୁ ଏପରି ଦୃର୍ଘଟଣା ଘଟିଛି ବୋଲି ଜଣାପଡିଛି। ବାରମ୍ବାର ଦ୍ଵାରଶୁଣୀ ଘାଟିରେ ଟ୍ରକ ଦୁର୍ଘଟଣା ହେବା ଏକ ନିତି ଦିନିଆ ଘଟଣା ହେଲାଣି।

କତ୍ତୃପକ୍ଷଙ୍କ ଉଦାସୀନତା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ଦୃର୍ଘଟଣା ହେବା ପାଇଁ ଦୁଆରଶୁଣୀ ଘାଟୀ ବଦନାମ ମୁଣ୍ଡାଇଛି।

ସମ୍ବନ୍ଧିତ ଖବର