ଜୀବନ- ଜୀବିକାକୁ ନେଇ ଦାୟର ଜନସ୍ବାର୍ଥ ମାମଲା ଘଟଣା, ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଯିବେ ବିଭିନ୍ନ ଅନୁ‌‌ଷ୍ଠାନ

କଟକ: ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ ସଂକ୍ରମଣକୁ ନେଇ ଜାରି କରାଯାଇଥିବା ବିଭିନ୍ନ କଟକଣାରେ ହସ୍ତକ୍ଷେପ କରି ହେବ ନାହିଁ ବୋଲି ହାଇକୋର୍ଟ ଏକ ଜନସ୍ବ‌ାର୍ଥ ମାମଲାର ଶୁଣାଣି କରି କହିଛନ୍ତି। ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା କଟକର ସାମାଜିକ ଅନୁଷ୍ଠାନ, କେତେକ ପୂଜା କମିଟିଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଗତ ସେପ୍ଟେମ୍ବର ୨୪ରେ ଦାୟର କରାଯାଇଥିଲା। ଉକ୍ତ ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ ଗତ ୧ ତାରିଖରେ ଏହି ରାୟ ଦେଇଥିବା ମାଛୁଆବଜାରସ୍ଥିତ ଶଶୀକଳା ମଣ୍ଡପରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଆବେଦନକାରୀମାନଙ୍କ ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ସୁପ୍ରିମକୋର୍ଟରେ ମାମଲା ଦାୟର କରିବା ପାଇଁ ସ୍ଥିର କରିଥିବା ଆଜି ସୂଚନା ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଆମେ ଓଡ଼ିଆ ସଭାପତି କ୍ଷୀରୋଦ କୁମାର ସାହୁ, ‌େଦ୍ବୖତନଗର ଗଣେଶ ପୂଜା କମିଟି, ଉପସଭାପତି ସରୋଜ କୁମାର ଛୋଟରାୟ, କଟକ ସୁରକ୍ଷା କମିଟି, ସଭାପତି ସରୋଜ ସିଂ, ଶିଳ୍ପୀ କୁମ୍ଭାର ସାହି ପୂଜା କମିଟି, ସଂପାଦକ ଅମୂଲ୍ୟ ବେହେରାଙ୍କ ସମେତ ବିଭିନ୍ନ ଅନୁୁଷ୍ଠାନର ସଦସ୍ୟ ଅଶ୍ବିନୀ କୁମାର ମହାରଣା, ଅଜୟ କୁମାର ମୁଦୁଲି, ପୂର୍ଣ୍ଣଚନ୍ଦ୍ର ସିଂ, ମନୋରଂଜନ ନାଟିଆ, କୁଶ ସାହୁ, ପ୍ରଦୀପ କୁମାର ସାହୁ, ଅଜୟ କୁମାର ସାହୁ, ଲିଙ୍ଗରାଜ ସାହୁ, ଦିଲ୍ଲୀପ କୁମାର ସାହୁ, ତୁଷାରକାନ୍ତ ସିଂ, ଦେବାଶିଷ ରାଉତ, ଭାନୁପ୍ରତାପ ସାହୁ, ବ୍ରହ୍ମାନନ୍ଦ ସିଂ, ଅମୂଲ୍ୟ କୁମାର ବେହେରା, ଲୋକନାଥ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର