ଏତେ କୋଟିର ମାଲିକାଣୀ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ, ଦେଲେ ସବୁ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଚାଲିଛି ଏବଂ ଦୁଇଟି ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇସାରିଛି। ଏହି ସମୟରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ବରାଜଙ୍କ ଏକମାତ୍ର ଝିଅ ବାଂସୁରୀ ସ୍ୱରାଜ ମଧ୍ୟ ବିଜେପି ଟିକେଟରେ ନୂଆଦିଲ୍ଲୀ ଲୋକସଭା ଆସନରୁ‌ ପ୍ରାର୍ଥୀ ହୋଇଛନ୍ତି। ଏବେ‌ ସେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସେ କେତେ କୋଟି ଟଙ୍କାର ମାଲିକାଣୀ ତାହା ଜଣାପଡ଼ିଛି।

ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ବାଂସୁରୀ ପ୍ରାୟ ୧୯କୋଟି ଟଙ୍କାର ମାଲିକାଣୀ ଅଟନ୍ତି। ଏଥିରେ ୧୧.୨୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଏବଂ ୮ କୋଟିରୁ ଅଧିକ ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ। ବୃତ୍ତି ଅନୁଯାୟୀ ସୁପ୍ରିମକୋର୍ଟର ଓକିଲ ବାଂସୁରୀ ସ୍ୱରାଜ ମଙ୍ଗଳବାର ଦିନ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେପିର ପ୍ରାର୍ଥୀ ହୋଇଥିବା ବାଂସୁରୀ ଦଳର ମୁଖପାତ୍ର ମଧ୍ୟ ଅଟନ୍ତି।ବାଂସୁରୀ ସ୍ୱରାଜଙ୍କ ମୋଟ ସ୍ଥାବର ସମ୍ପତ୍ତି ୧୧କୋଟି ୨୭ଲକ୍ଷ ୧୨ହଜାର ୪୨ଟଙ୍କାରେ ତାଙ୍କ ମା’ ସୁଷମା ସ୍ୱରାଜ ଦେଇଥିବା ଅଳଙ୍କାର ମଧ୍ୟ ଅନ୍ତର୍ଭୁକ୍ତ।

ସେ ସୂଚନା ଦେଇଛନ୍ତି ଯେ, ୧୧କୋଟିରେ  ୬୧ଲକ୍ଷ ୨୩ହଜାର ୧୧୧ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଏବଂ ୪ ଲକ୍ଷ ୨୭ହଜାର ୯୦୦ଟଙ୍କା ମୂଲ୍ୟର ରୂପା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସେ ୭୭,୮୮,୦୪୭ ଟଙ୍କା ମୂଲ୍ୟର ସୁନା ଏବଂ ୪,୩୫,୬୮୦ ଟଙ୍କା ମୂଲ୍ୟର ରୂପା ତାଙ୍କୁ ତାଙ୍କ ଜେଜେବାପା ଓ ଜେଜେମା’ଙ୍କଠାରୁ ମିଳିଛି।

ସମ୍ବନ୍ଧିତ ଖବର