ସିଦ୍ଧେଶ୍ୱର ମନ୍ଦିର ପାଖ ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର; ହତ୍ୟା ସନ୍ଦେହ

ଜଗତସିଂହପୁର: ଜଗତସିଂହପୁର ପାରାଦୀପ ଗଡ଼ ସିଦ୍ଧେଶ୍ୱର ମନ୍ଦିର ପାଖରେ ଥିବା ଗଛରେ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ ଝୁଲନ୍ତା ଶବକୁ ପୁଲିସ ଉଦ୍ଧାର କରିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଯୁବକ ଜଣଙ୍କ ପରିଚୟ ମିଳି ପରି ନଥିଲା। ଯୁବକଜଣକ ନୀଳରଙ୍ଗର ଜିନ୍ସ ଓ ହାଲକା ଗୋଲପୀରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପାରାଦୀପ ଗଡ଼ ସିଦ୍ଧେଶ୍ୱର ମନ୍ଦିର ପାଖ ବଗିଚାରେ ଥିବା ଏକ ଓସ୍ତ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଆଜି ଅପରାହ୍ନରେ ସ୍ଥାନୀୟଲୋକ ଦେଖିବାକୁ ପାଇଥିଲେ। ଏହାପରେ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଶବକୁ ଜବତ କରିବା ସହିତ ଯୁବକ ଜଣକ ଏଠାକୁ କିପରି ଆସିଥିଲେ ସେ ନେଇ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ପରିଚୟ ଜାଣିବାକୁ ପୁଲିସ ପାଖଆଖ ଅଞ୍ଚଳରେ ପଚରାଉଚରା ଜାରି ରଖିଛି।

ତେବେ ଉକ୍ତ ଯୁବକଙ୍କୁ କେହି ହତ୍ୟା କରିବା ପରେ ଏହି ଓସ୍ତ ଗଛରେ ଟାଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ବାମ ହାତ ପାପୁଲି ପାଖରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର