ମହାରାଷ୍ଟ୍ରରେ ୨୬ ନକ୍ସଲଙ୍କ ମୃତ୍ୟୁ ଘଟଣା: ସମସ୍ତ ନକ୍ସଲଙ୍କ ନାଁରେ ମୋଟ ପୁରସ୍କାର ରାଶି ଥିଲା ୧ କୋଟି ୩୨ ଲକ୍ଷ ଟଙ୍କା

ମିଳିଲା ସମସ୍ତ ନକ୍ସଲଙ୍କର ପରିଚୟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୀମାନ୍ତ ଅଞ୍ଚଳରେ ପୁଲିସ ଏନକାଉଣ୍ଟରରେ ଶନିବାର ୨୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଆଜି ସମସ୍ତ ନକ୍ସଲଙ୍କୁ ଚିହ୍ନଟ କରାଯାଇଛି। ମୃତ୍ୟୁବରଣ କରିଥିବା ସମସ୍ତ ନକ୍ସଲ ନାମରେ ସରକାର ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏହି ଏନକାଉଣ୍ଟରରେ ଯବାନ ସେଣ୍ଟ୍ରାଲ ଏରିଆ କମିଟିର ସଦସ୍ୟ ମିଲନ୍ଦ ଅରଫ ଦିପକକୁ ମଧ୍ୟ ମାରିଥିବା କୁହାଯାଉଛି। ମିଲନ୍ଦ ନାମରେ ସରକାର ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ତେବେ ଏହି ଘଟଣାରେ ୩ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଏଥିସହ ୧୬ ଲକ୍ଷ ଟଙ୍କା ଘୋଷିତ ମହେଶ ଓରଫ ଶିବାଜୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ସେହିପରି ଲୋକେଶ ଓରଫ ମଙ୍ଗୁ ପଡିଆମୀ ନାମରେ ୨୦ ଲକ୍ଷ ପୁରସ୍କାର ରାଶି ଘୋଷିତ ହୋଇଥିବା ବେଳେ ସେ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ବାକି ମୃତ୍ୟୁବରଣ କରିଥିବା ନକ୍ସଲ ମାନଙ୍କ ନାମରେ ୪ ଲକ୍ଷ ଏବଂ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା।

Sambad

ତେବେ ମୃତ୍ୟୁବରଣ କରିଥିବା ସମସ୍ତ ନକ୍ସଲଙ୍କର ମୋଟ ପୁରସ୍କାର ରାଶି ହେଲା ୧ କୋଟି ୩୨ ଲକ୍ଷ ଟଙ୍କା। ବସ୍ତର ଆଇଜି ସୁନ୍ଦରରାଜ ପିଙ୍କ କହିବା ଅନୁଯାୟୀ ଏମାନଙ୍କ ମଧ୍ୟରୁ ୭ ଜଣ ବସ୍ତର ଅଞ୍ଚଳର ନକ୍ସଲ। ଏହି ଗୁଳିବିନିମୟରେ ବହୁ ନକ୍ସଲ ଆହତ ହୋଇଥିବା ସୂଚନା ମିଳୁଛି। ସମସ୍ତ ନକ୍ସଲ ବସ୍ତରର ନାରାୟଣପୁର ଏବଂ କାଙ୍କେର ଜଙ୍ଗଲରେ ଲୁଚି ରହିଥିବା ଜଣାପଡିଛି। ତେବେ ଏହି ନକ୍ସଲ ଓଡିଶା ଭିତରେ ମଧ୍ୟ ପ୍ରବେଶ କରିବାର ଆଶଙ୍କା କରାଯାଉଛି। ତେଣୁ ଛତିଶଗଡ ଏବଂ ଓଡିଶା ପୁଲିସ ଏହା ଉପରେ ନଜର ରଖିଥିବା ବେଳେ ବିଏସଏଫ ସଜାଗ ହୋଇଯାଇଛି। ଏହି ଗୁଳିବିନିମୟ ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିଲା। ତେବେ ଏତେ ସଂଖ୍ୟକ ନକ୍ସଲ ଯବାନଙ୍କ ଗୁଳିରେ ମୃତ୍ୟୁବରଣ କରୁଥିବା ଜାଣିବା ପରେ ନକ୍ସଲ ମାନେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର