ଭୋଟ ନଦେଲେ ବିଜୁଳି ସଂଯୋଗ କାଟିଦେବାକୁ ଭୋଟରଙ୍କୁ ଧମକ ଦେଲେ କଂଗ୍ରେସ ବିଧାୟକ

କର୍ଣ୍ଣାଟକ: ଭୋଟ ନଦେଲେ ବିଜୁଳି ସଂଯୋଗ କାଟିଦେବାକୁ ଭୋଟରଙ୍କୁ ଧମକ ଦେଲେ କଂଗ୍ରେସ ବିଧାୟକ। ନିର୍ବାଚନ ପ୍ରଚାର ସମୟରେ ଏଭଳି ଧମକ ଦେଇ ଏବେ ବିବାଦରେ ଅଛନ୍ତି କର୍ଣ୍ଣାଟକର ଚିକୋଡିରେ ଥିବା କଗୱାଡ ବିଧାୟକ ରାଜୁ କାଗେ। ସାଧାରଣ ନିର୍ବାଚନ ଚାଲିଥିବାରୁ ସେ କଂଗ୍ରେସ ଦଳ ପାଇଁ ପ୍ରଚାର କରୁଛନ୍ତି। ଜୁଗୁଲାଟୋରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ସେ ଭୋଟରଙ୍କୁ କଂଗ୍ରେସକୁ ଭୋଟ ଦେବାକୁ କହିବା ସହ ବିପୁଳ ପରିମାଣରେ ଭୋଟ ନଦେଲେ ବିଜୁଳି ସଂଯୋଗ କାଟିଦେବୁ ବୋଲି ଧମକ ଦେଇଥିଲେ।

ସେ କହିଥିଲେ, “ଯଦି ଆପଣମାନେ ଆମକୁ ଭୋଟ ଦେଇ ଜିତାଇବେ ନାହିଁ ତେବେ ଆମେ ବିଦ୍ୟୁତ କାଟିଦେବୁ। ମୁଁ ମୋର ପ୍ରତିଶ୍ରୁତି ସବୁବେଳେ ରଖେ। ” ତାଙ୍କର ଏହି ସମୟର ଭିଡିଓ ଏ‌ବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିଛି।

କଂଗ୍ରେସ ବିଧାୟକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ଦଳ ‘ମୋହବତ୍ କି ଦୁକାନ୍’ ନୁହେଁ ପ୍ରକୃତରେ ‘ଧମକି କେ ଭାଇଜାନ’।

ସମ୍ବନ୍ଧିତ ଖବର