ଆନନ୍ଦପୁର ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା: ୩ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଆନନ୍ଦପୁର: ଆନନ୍ଦପୁର ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ୩ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆନନ୍ଦପୁର ଥାନାର ଜଣେ ଏଏସଆଇ ଓ ୨ କନେଷ୍ଟବଳଙ୍କୁ ବଦଳି କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ। ସୂଚନା ଅନୁଯାୟୀ, ଏଏସଆଇ ଅନୁପ ଲାଗୁନଙ୍କୁ ଘଟଗାାଁ ଥାନା ଓ କନେଷ୍ଟବଳ ମିନାକ୍ଷୀ ମଲ୍ଲିକଙ୍କୁ ତୁରୁମୁଙ୍ଗା ଥାନା ଓ ବ୍ରଜ କିଶୋର ନାୟକଙ୍କୁ ତେଲକୋଇ ଥାନାକୁ ବଦଳି କରାଯାଇଛି।
ସୂଚନାଯୋଗ୍ୟ, ଆନନ୍ଦପୁର ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା। ପରେ ପୁଣି ପୁଲିସ ହାତରେ ଧରା ପଡ଼ିଥିଲା। ଅଭିଯୁକ୍ତ ଜଣକ ହେଲା ଆନନ୍ଦପୁର ପୌରାଞ୍ଚଳ ଫକୀରପୁରର ଅମର ସାହୁ। ଅମରକୁ ଏକ ଚୋରି ମାମଲାରେ ପୁଲିସ ଉଠାଇ ଆଣିଥିଲା। ଗତକାଲି ସକାଳେ ସେ ଶୌଚ ହେବା ବାହାନାରେ ଥାନାରୁ ଚମ୍ପଟ ମାରିଥିଲା। ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଦିନ ୧୧ଟା ବେଳେ ତାକୁ ଫକୀରପୁରରୁ ଗିରଫ କରାଯାଇଥିଲା। କେସ୍ ନମ୍ବର ୧୪୩ରେ ଅମରକୁ କୋର୍ଟଚାଲାଣ କରାଯାଇଥିଲା।

ସମ୍ବନ୍ଧିତ ଖବର