ଅଟୋ ଓ ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କା, ୨ ଗୁରୁତର

 

ଗୋଷାଣି: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ସାତମାଇଲ-ଉପଲଡା ମୁଖ୍ୟ ରାସ୍ତାର ଟାଗୋର ମେମୋରିଅଲ ଉଚ୍ଚ ବିଦ୍ୟାଳ ସମ୍ମୁଖରେ ଅଟୋ ଓ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ବାଇକରେ ବସିଥିବା ଦୁଇଜଣ ଗୁରୁତର ହୋଇ ପଡିଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ସନ୍ଧ୍ୟା ପ୍ରାୟ ୬.୪୫ ସମୟରେ ଉପଲଡା ଗ୍ରାମ ପଟରୁ ଏପି ୩୯ ଟିଭି ୦୩୯୨ ନମ୍ବର ବିଶିଷ୍ଟ ଏକ ଡାଲା ଅଟୋ ଆସୁଥିବା ବେଳେ ସାତମାଇଲ ଛକ ଗ୍ରାମ ଠାରୁ ଓଡି ୧୮ ସି ୦୦୫୯ ନମ୍ବର ବିଶିଷ୍ଟ ବାଇକ ଯୋଗେ ତାମ୍ପରକଇଠା ଗ୍ରାମର ସନ୍ୟାସୀ ପ୍ରଧାନ ଓ ବାକିଟି ଶିବା ଯାଉଥିଲେ। ହେଲେ କୌଣସି କାରଣରୁ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକ ସମେତ ବାଇକେରେ ବସିଥିବା ଉଭୟ ସନ୍ୟାସୀ ଓ ଶିବାଙ୍କ ଗୋଡ ଭାଙ୍ଗି ଯାଇ ଗୁରୁତର ଥିବାର ଜଣାପଡିଛି।
ଦୁର୍ଘଟଣା ପରେ ପଥଚାରୀ ମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରିବା ସହ ଗୁରାଣ୍ଡି ଥାନାକୁ ଖବର ଦେବା ସହ ୧୦୮ ଆମ୍ବୁଲାନ୍ସକୁ ଡାକାଇଥିଲେ। ହେଲେ ଦୁର୍ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ନଥିଲା। ଲୋକେ ବାଧ୍ୟ ହୋଇ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଏକ ଅଟୋ ସାହାଯ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥଇବାର ଜଣାପଡିଛି। ଏନେଇ ଗୁରାଣ୍ଡି ଥାନା ଅଧିକାରୀ ରବିନ୍ଦ୍ର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୁଲିସ ଟିମ୍ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
ସମ୍ବନ୍ଧିତ ଖବର