‘ଆଦିପୁୁରୁଷ’ ରିଲିଜ୍‌ ହେବା ପରେ ‘ରାମାୟଣ’ର ମାଆ ସୀତାଙ୍କୁ ଝୁରି ହେଉଛନ୍ତି ଦର୍ଶକ

ମୁମ୍ବାଇ: ଗତ ଶୁକ୍ରବାର ରାମାୟଣ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଆଦିପୁରୁଷ’ ରିଲିଜ୍‌ ହୋଇଯାଇଛି। ଚଳଚ୍ଚିତ୍ରରେ ମାଆ ଜନକୀଙ୍କ ଭୂମିକା ଅଭିନେତ୍ରୀ କ୍ରିତି ସାନନ ନିଭାଇଥିବା ବେଳେ ଲୋକ କିନ୍ତୁ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ସୀତା ବନିଥିବା ଦୀପିକା ଚିଖିଲିଆଙ୍କୁ ମନେ ପକାଇଛନ୍ତି।

ନିକଟରେ ଦୀପିକା ପୁଣି ଥରେ ସୀତାଙ୍କ ବେଶରେ ନଜର ଆସିଛନ୍ତି। ସେ ନିକଟରେ ଏକ ରିଲ୍‌ ସେୟାର୍‌ କରିଛନ୍ତି। ଯାହାକୁ ଦେଖି ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି। ରିଲ୍‌ରେ ଦୀପିକା ଗେରୁଆ ବସ୍ତ୍ର ପରିଧାନ କରି ସିନ୍ଦୂର ଓ ବିନ୍ଦି ଲଗାଇ ପୂରା ମାଆ ସୀତାଙ୍କ ପରି ବେଶ ହୋଇଛନ୍ତି। ‌ସେ ହାତ ଯୋଡ଼ି ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କ ପୂଜା କରୁଥିବାର ଦେଖିବାକୁ ମିଳିଛି।

ଦୀପିକା ସର୍ବସାଧାରଣଙ୍କ ଦାବି ଅନୁସାରେ ପୁଣି ଥରେ ମାଆ ସୀତାଙ୍କ ଭୂମିକା ନିଭାଇଥିବା କହିଛନ୍ତି। ଏହାଛଡ଼ା ଦୀପିକା ଆହୁରି ବି କହିଛନ୍ତି ଯେ ଦର୍ଶକଙ୍କର ଏତେ ଭଲପାଇବା ମିଳିଛି ଯେ ସେ ଆଉ କିଛି ଚାହାନ୍ତି ନାହିଁ।

ପ୍ରଶଂସକମାନେ ଦୀପିକାଙ୍କ ପ୍ରଶଂସା କରି ଚାଲିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ୟାଙ୍କ ସାମ୍ନାରେ ବାକି ସବୁ ସୀତା ଫେଲ୍‌’। ଏଥିରୁ ସ୍ପଷ୍ଟ ହୋଇଛି ଯେ କ୍ରିତିଙ୍କ ଅପେକ୍ଷା ଲୋକେ ଦୀପିକାଙ୍କୁ ସୀତାଙ୍କ ଚରିତ୍ରରେ ବେଶି ପସନ୍ଦ କରୁଛନ୍ତି। ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ୟାଙ୍କର ଗୋଟାଏ ଭିଡିଓ ପୂରା ‘ଆଦିପୁରୁଷ’କୁ ଫେଲ୍‌ କରିଦେଲା।’ ତେବେ ଜଣେ ବ୍ୟବହାରକାରୀ ଆହୁରି ବି ଲେଖିଛନ୍ତି ଯେ ‘ଆପଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବା ଉଚିତ’।

ସମ୍ବନ୍ଧିତ ଖବର