ଜାଣନ୍ତୁ କ’ଣ ପାଇଁ ସ୍ୱାମୀ ରଣବୀରଙ୍କୁ ବ୍ୟାଗ୍‌ରେ ରଖିବାକୁ ଚାହୁଁଛି ବୋଲି କହିଲେ ଦୀପିକା ପାଦୁକୋନ

ମୁମ୍ବାଇ: ବଲିଉଡ୍‌ରେ ସଫଳତାର ଦ୍ୱିତୀୟ ନାମ ବନି ସାରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଆଜି ବିବାହ ପରେ ରଣବୀରଙ୍କ ସହ ତାଙ୍କର ପ୍ରଥମ ଜନ୍ମଦିନ ପାଳିତ ହୋଇଥିବା ବେଳେ ସେ ଏହାକୁ ଖାସ୍‌ ଅନ୍ଦାଜରେ ପାଳନ କରୁଥିବା ଜଣା ପଡ଼ିଛି । ଦୀପିକାଙ୍କ ଜନ୍ମଦିନ ଅବସରରେ ତାଙ୍କର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଦୀପିକାଙ୍କୁ ନିଜ ବ୍ୟକ୍ତଗତ ଜୀବନ ବିଷୟରେ ଅନେକ କିଛି କହୁଥିବା ଦେଖା ଯାଇଛି । ସାକ୍ଷାତକାରେ ତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିବା ବେଳେ ବିନ୍ଦାଜ ହୋଇ ଦୀପିକା ଉତ୍ତର ରଖୁଥିବା ଦେଖା ଯାଇଥିଲା । ବ୍ୟାଗ୍‌ରେ କେଉଁ ୩ଟି ଜିନିଷ ରଖିବାକୁ ପସନ୍ଦ କରିବେ ବୋଲି ଦୀପିକାଙ୍କୁ ପଚରା ଯାଇଥିବା ବେଳେ ଏହାର ମଜାଦାର ଉତ୍ତର ଦେଇଥିଲେ ଦୀପିକା ।

Mumbai Mirror

“ମୁଁ ମୋ ବ୍ୟାଗ୍‌ରେ ମୋ ସ୍ୱାମୀ ରଣବୀର ସିଂହ, ଭଉଣୀ ଏବଂ ମା’ଙ୍କୁ ବ୍ୟାଗ୍‌ରେ ରଖିବି” ବୋଲି କହିଥିଲେ ଦୀପିକା । “ମୁଁ ଯାତ୍ରା କରିବା ସମୟରେ ସବୁ ଜରୁରୀ ଜିନିଷ ମୋ ବ୍ୟାଗ୍‌ରେ ଥାଏ । ଏହି ୩ଟି ଲୋକ ମୋ ପାଇଁ ଜରୁରୀ ହୋଇଥିବାରୁ ମୁଁ ସେମାନଙ୍କୁ ବ୍ୟାଗ୍‌ରେ ରଖିବାକୁ ଚାହୁଁଥିବା” କହିଥିଲେ ଦୀପିକା ।

ସମ୍ବନ୍ଧିତ ଖବର