ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ଫରହାନଙ୍କ ବିବାହ କରୁଥିବା ଚର୍ଚ୍ଚା ମଧ୍ୟରେ କୀର୍ତ୍ତି ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଚର୍ଚ୍ଚାରେ ସାଉଥ ସୁପରଷ୍ଟାର କୀର୍ତ୍ତି ସୁରେଶ। ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା କୀର୍ତ୍ତି ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ କୀର୍ତ୍ତି ସୁରେଶ ଶ୍ରୀକାନ୍ତ ଓଡେଲାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦଶରା’ରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ। ସବୁବେଳେ ଫିଲ୍ମର ଚରିତ୍ରକୁ ନେଇ ଚର୍ଚ୍ଚାରେ ରହୁଥିବା କୀର୍ତ୍ତି ଏବେ ନିଜ ବିବାହକୁ ନେଇ ଲାଇମଲାଇଟକୁ ଆସିଛନ୍ତି। କିଛି ଦିନ ତଳେ ଦୁବାଇର ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ଫରହାନ୍ ବିନ୍ ଲିଆକତଙ୍କ ସହ କୀର୍ତ୍ତିଙ୍କ ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଶୁଣିବାକୁ ମିଳୁଥିଲା ଯେ ଉଭୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହା ମଧ୍ୟ କୁହାଯାଇଥିଲା ଯେ ସେମାନେ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି।

ତେବେ ଏହି ଚର୍ଚ୍ଚା ଉପରେ ଏବେ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି କୀର୍ତ୍ତି। ସେ ଲେଖିଛନ୍ତି, ହାହାହା !! ଏଥିର ମୋର ପ୍ରିୟ ବନ୍ଧୁଙ୍କୁ ଟାଣିବାର ନଥିଲା। ଯେତେବେଳେ ମୋତେ ଆଣିବାର ଥିବ ମୁଁ ପ୍ରକୃତ ମଣିଷକୁ ସାମ୍ନାକୁ ଆଣିବି। ସେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।

ତେବେ ଭାଇରାଲ ହୋଇଥିବା ଫଟୋରେ ଲୋକପ୍ରିୟ ଅଭିନେତ୍ରୀ କୀର୍ତ୍ତି ସୁରେଶ ଫରହାନ ବିନ ଲିଆକତଙ୍କ ସହ ନଜର ଆସିଥିଲେ। ଦୁହିଁଙ୍କର କିଛି ଫଟୋ ଏବେ ଭାଇରାଲ ହେଉଥିବା ବେଳେ ଫରହାନ ସେୟାର କରିଥିବା ସେଲଫି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫରହାନଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ଏକ ସେଲଫିକୁ ପରେ କୀର୍ତ୍ତି ତାଙ୍କ ଇନଷ୍ଟା ଷ୍ଟାଟସରେ ସେୟାର କରିଥିଲେ। ଫଟୋ ସେୟାର କରି ସେ ଦୁବାଇର ଫରହାନଙ୍କୁ ଧନ୍ୟବାଦ ଜଣାଇଥିଲେ।

keerthy suresh Farhan Bin Liaquath

ସମ୍ବନ୍ଧିତ ଖବର