ଫିଲ୍ମର ପ୍ରମୋସନ ପାଇଁ ଅଭିନେତ୍ରୀଙ୍କ ପାଦ ଚୁମିଲେ ରାମ ଗୋପାଳ ବର୍ମା

ନୂଆଦିଲ୍ଲୀ: ଦିନେ ବଲିଉଡର ଆଗ ଧାଡ଼ିର ନିର୍ଦ୍ଦେଶକ ଥିବା ରାମ ଗୋପାଳ ବର୍ମା ବର୍ତ୍ତମାନ ତେଲୁଗୁ ସିନେମାରେ ସୀମିତ ରହିଯାଇଛନ୍ତି। ରାମ ଗୋପାଳ ବର୍ମାଙ୍କ ନିଜ ଚଳଚ୍ଚିତ୍ରକୁ ହିଟ୍ କରିବା ପାଇଁ କୌଣସି ସ୍ତରରେ ପ୍ରଚାର କରିବାକୁ ପଛାନ୍ତି ନାହିଁ। ଯେଉଁ କାରଣରୁ ସେ ଅନେକ ଥର ବିବାଦର ଶିକାର ମଧ୍ୟ ହୋଇଛନ୍ତି। ଏବେ ପୁଣି ଥରେ ସେ ଟ୍ୱିଟରରେ ତାଙ୍କର ଏକ ଫଟୋ ଓ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ମହିଳାଙ୍କ ପାଦକୁ ଚୁମ୍ବନ ଦେଉଥିବା ଦେଖାଯାଇଛି।

ରାମ ଗୋପାଳ ବର୍ମା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡେଞ୍ଜରସ’ର ପ୍ରମୋସନ ପାଇଁ ଏଭଳି ଫଟୋ ଟ୍ବିଟ କରିଥିବା କୁହାଯାଉଛି। ଫଟୋରେ ଯେଉଁ ମହିଳାଙ୍କ ପାଦ ଦେଖିବାକୁ ମିଳିଛି, ସେ ଫିଲ୍ମର ଅଭିନେତ୍ରୀ। ରାମ ଗୋପାଳ ବର୍ମାଙ୍କ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋ ସେୟାର କରିବା ପରେ ସେ ଏକ ଭିଡିଓ ମଧ୍ୟ ଟ୍ବିଟ କରିଛନ୍ତି। ଭିଡିଓରେ ଫିଲ୍ମ ‘ଡେଞ୍ଜରସ’ର ଅଭିନେତ୍ରୀ ଆଶୁ ରେଡ୍ଡୀଙ୍କ ପାଦ ତଳେ ବସି ତାଙ୍କ ସହ କଥା ହେଉଛନ୍ତି।

ତେବେ ଫିଲ୍ମର ପ୍ରଚାର କରିବା ପାଇଁ ରାମ ଗୋପାଳ ବର୍ମାଙ୍କ ଏଭଳି ଶୈଳୀକୁ ଲୋକେ ପସନ୍ଦ କରୁନଥିବା ଦେଖାଯାଇଛି। ଏଥିପାଇଁ ତାଙ୍କୁ ଟ୍ରୋଲିଂର ଶିକାର ମଧ୍ୟ ହେବାକୁ ପଡ଼ିଛି।

 

View this post on Instagram

 

A post shared by Ashu Reddy (@ashu_uuu)

ସମ୍ବନ୍ଧିତ ଖବର