ଲଦାଖରେ ଟ୍ୟାଙ୍କ୍‌ କ୍ରସିଂ ସମୟରେ ୫ ଯବାନ ସହିଦ

ଲଦାଖ: ଲଦାଖରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଟ୍ୟାଙ୍କ କ୍ରସିଂ ସମୟରେ ଭାରତୀୟ ସେନା ଏକ ବଡ଼ ବିପଦର ସାମ୍ନା କରିଛି। ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢିଥିଲା । ଜଳସ୍ତର ବଢିବା କାରଣରୁ କିଛି ଟ୍ୟାଙ୍କ୍ ନଦୀରେ ଭାସି ଯାଇ ୫ ଜଣ ‌ସେନା ଯବାନ ସହିଦ ହୋଇଛନ୍ତି।

୪ ଜଣ ଯବାନ ଓ ଜଣେ ଜୁନିୟର୍‌ କମିସନ୍‌ଡ ଅଫିସର୍‌ (ଜେସିଓ) ନଦୀ ପାର୍‌ କରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣ‌ାରେ ସହିଦ ହୋଇଥିବା ୫ ଯବାନଙ୍କ ମଧ୍ୟରେ ଜେସିଓ ମଧ୍ୟ ଅଛନ୍ତି। ଏବେ ସୁଦ୍ଧା ୫ ଜଣଙ୍କର ମୃତଦେହକୁ ଉଦ୍ଧାର କରାଯାଇସାରିଛି।

ଟ୍ୟାଙ୍କ ଅଭ୍ୟାସ ବେଳେ ଦୁର୍ଘଟଣା ନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଏହି ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦୌଲତ ବେଗ ଓଲ୍ଡି ଅଞ୍ଚଳରେ ସେନା ଯବାନଙ୍କ ପକ୍ଷରୁ ଟ୍ୟାଙ୍କ ଅଭ୍ୟାସ ଚାଲୁଥିଲା । ଟ୍ୟାଙ୍କ ଗୁଡିକ କିଭଳି ନଦୀ ପାର କରିବେ ସେନେଇ ଅଭ୍ୟାସ ଚାଲିଥିଲା । ଅଭ୍ୟାସ ସମୟରେ ଟ୍ୟାଙ୍କ ନଦୀ ପାର କରିବାକୁ ଉଦ୍ୟମ କରୁଥିବା ବେଳେ ଅଚାନକ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଯାହ ଫଳରେ ଟ୍ୟାଙ୍କ ନଦୀରେ ଭାସି ଯାଇଥିଲା । ଅଭ୍ୟାସ ସମୟରେ ଟ୍ୟାଙ୍କରେ ୪ରୁ ୫ ଜଣ ଯବାନ ରହିଥିଲେ । ଟ୍ୟାଙ୍କ ଭାସିଯିବା ପରେ ଏବେ ସେନା ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର