ଉଦୟପୁରରେ ଚଢ଼ଉ ବେଳେ ଗୁଳି ଚଳାଇଲେ ଦୁର୍ବୃତ୍ତ; ୭ ରାଜସ୍ଥାନୀ ପୁଲିସ ଆହତ

ଉଦୟପୁର: ଗୁରୁବାର ଦିନ ରାଜସ୍ଥାନର ଉଦୟପୁରରେ ଚଢ଼ଉ କରୁଥିବା ବେଳେ ଦୁର୍ବୃତ୍ତମାନେ ଗୁଳି ଚଳାଇବାରୁ ୭ଜଣ ରାଜସ୍ଥାନୀ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ଅପରାଧିକ ରେକର୍ଡଧାରୀ ରଣୀୟା ଗ୍ୟାଙ୍ଗ୍‌ର ଜଣେ ସଦସ୍ୟଙ୍କୁ ଧରିବା ପାଇଁ ପୁଲିସ ଟିମ୍‌ ମଣ୍ଡାୱା ଅଞ୍ଚଳରେ ଚଢ଼ଉ କରିବାକୁ ଯାଇଥିଲା।

ଉଦୟପୁର ରେଞ୍ଜ୍‌ର ‘ଆଇଜି’ ଅଜୟ ପାଲ୍‌ ଲାମ୍ବା କହିଛନ୍ତି, ଛୁରି ଓ ଟେକାପଥରରେ ପୁଲିସ ଟିମ୍‌କୁ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ପୁଲିସଠାରୁ ଗୋଟାଏ ‘ଏସ୍‌ଏଲ୍‌ଆର୍‌’ ରାଇଫଲ୍‌ ଓ ଗୋଟାଏ ପିସ୍ତଲ୍‌ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ।

Image Courtesy of India Posts English

ପୁଲିସ କର୍ମଚାରୀମାନେ ଗୁଳିଚୋଟରେ ଆହତ ହୋଇ ନ ଥିବା କଥା ରାଜସ୍ଥାନ ପୁଲିସ କହିଛି। ଆହତ ପୁଲିସ କର୍ମଚାରୀମାନଙ୍କୁ ଉଦୟପୁରସ୍ଥିତ ଏମ୍‌. ବି. ହସ୍ପିଟାଲ୍‌କୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ମନୋଜ ନାମରେ ଜଣେ କନେଷ୍ଟବଳଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି।

‘ଏସ୍‌ପି’ ବିକାଶ ଶର୍ମାଙ୍କ ସହିତ ‘ଆଇଜି’ ଲାମ୍ବା ଉଦୟପୁରସ୍ଥିତ ଡାକ୍ତରଖାନାରେ ପହଞ୍ଚି କହିଲେ, ଡକାୟତି ହୋଇଛି ବୋଲି ରିପୋର୍ଟ ହୋଇଥିବା ମାମଲାରେ ପୁଲିସ ମଣ୍ଡାୱା ଯାଇଥିଲା। ପୁଲିସ ସୂଚନା ପାଇଥିଲା ଯେ, ସେ ଅଞ୍ଚଳରେ ଥିବା ପାହାଡ଼ ଢାଲୁରେ ନିର୍ମିତ ଘରେ ଅଭିଯୁକ୍ତ ଆଶ୍ରୟ ନେଇଛନ୍ତି।

ସେଠାରେ ଅଭିଯୁକ୍ତଙ୍କ ଆତ୍ମୀୟମାନେ ପୁଲିସକୁ ଚାରିପଟୁ ଘେରିଯାଇ ରାଇଫଲ୍‌ ଓ ପିସ୍ତଲ ସମେତ ସେମାନଙ୍କ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀମାନେ ପୁଲିସକୁ ଆକ୍ରମଣ କରୁଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ସମ୍ବନ୍ଧିତ ଖବର