ଲଦାଖରେ ନଦୀ ପାର୍‌ ଅଭ୍ୟାସ୍‌ ବେଳେ ଦୁର୍ଘଟଣା: ସେନା ଯବାନ ଫସିଥିବା ସନ୍ଦେହ

ଲଦାଖ: ଲଦାଖରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଟ୍ୟାଙ୍କ କ୍ରସିଂ ସମୟରେ ଭାରତୀୟ ସେନା ଏକ ବଡ଼ ବିପଦର ସାମ୍ନା କରିଛି। ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢିଥିଲା । ଜଳସ୍ତର ବଢିବା କାରଣରୁ କିଛି ଟ୍ୟାଙ୍କ୍ ନଦୀରେ ଭାସି ଯାଇଛି ।  ଏହି ଦୁର୍ଘଟଣାରେ ସେନାର କିଛି ଯବାନ ସହିଦ ହୋଇଥିବା ଆଶଙ୍କା କରାଯାଉଛି । ଟ୍ୟାଙ୍କ ଅଭ୍ୟାସ ବେଳେ ଦୁର୍ଘଟଣା ନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଏହି ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି ।

 

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦୌଲତ ବେଗ ଓଲ୍ଡି ଅଞ୍ଚଳରେ ସେନା ଯବାନଙ୍କ ପକ୍ଷରୁ ଟ୍ୟାଙ୍କ ଅଭ୍ୟାସ ଚାଲୁଥିଲା । ଟ୍ୟାଙ୍କ ଗୁଡିକ କିଭଳି ନଦୀ ପାର କରିବେ ସେନେଇ ଅଭ୍ୟାସ ଚାଲିଥିଲା । ଅଭ୍ୟାସ ସମୟରେ ଟ୍ୟାଙ୍କ ନଦୀ ପାର କରିବାକୁ ଉଦ୍ୟମ କରୁଥିବା ବେଳେ ଅଚାନକ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଯାହ ଫଳରେ ଟ୍ୟାଙ୍କ ନଦୀରେ ଭାସି ଯାଇଥିଲା । ଅଭ୍ୟାସ ସମୟରେ ଟ୍ୟାଙ୍କରେ ୪ରୁ ୫ ଜଣ ଯବାନ ରହିଥିଲେ । ଟ୍ୟାଙ୍କ ଭାସିଯିବା ପରେ ଏବେ ସେନା ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଛି ।

 

ସମ୍ବନ୍ଧିତ ଖବର