ସିବିଆଇର ଆବେଦନ ପରେ ୧୪ଦିନିଆ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ସିବିଆଇର ଆବେଦନ ପରେ ୧୪ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଶନିବାର ଦିନ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ବିଚାର ବିଭାଗୀୟ ହେପାଜତରେ ନେବାକୁ ସିବିଆଇ ଆବେଦନ କରିଥିଲା। ଆବେଦନ ପରେ କୋର୍ଟ ସିବିଆଇର ଆବେଦନକୁ ଗ୍ରହଣ କରି ଏବେ କେଜ୍ରିଓ୍ବାଲଙ୍କୁ ୧୪ଦିନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

କୋର୍ଟରେ ଆବେଦନ କରି ସିବିଆଇ କହିଥିଲା ଯେ, ଅଧିକ ତଦନ୍ତ ପାଇଁ ଅଧିକ ସମୟର ଆବଶ୍ୟକତା ରହିିଛି। ତେଣୁ ଅଭିଯୁକ୍ତଙ୍କୁ ୧୪ଦିନିଆ  ନ୍ୟାୟିକ ହେପାଜତକୁ ପଠାଯାଉ। ଏଥିସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଓକିଲ କହିଥିଲେ ଯେ ଆମେ ମଧ୍ୟ ବିଚାର ବିଭାଗୀୟ ହେପାଜତ ଦାବି ବିରୋଧରେ ଆବେଦନ କରିବାକୁ ଚାହୁଁଛୁ। ଆମକୁ କିଛି ସମୟ ଦିଅନ୍ତୁ।

ତେବେ ଶୁଣାଣି ପରେ କୋର୍ଟ ସିବିଆଇ ସପକ୍ଷରେ ରାୟ ଶୁଣାଇ କେଜ୍ରିୱାଲଙ୍କୁ ୧୪ଦିନିଆ  ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ଆପ୍ ମୁଖ୍ୟ ଜୁଲାଇ ୧୨ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିନ ପ୍ରାୟ ୨ଟା ସମୟରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହେବେ।

ସମ୍ବନ୍ଧିତ ଖବର