ଟସ୍ ଜିତିଲା ବାଂଲାଦେଶ: ପ୍ରଥମେ ବୋଲିଂ ନିଷ୍ପତ୍ତି

ଆଣ୍ଟିଗୁଆ: ଶନିବାର ଦକ୍ଷିଣ ଆଫ୍ରିକାର ନର୍ଥ ସାଉଣ୍ଡର ଆଣ୍ଟିଗୁଆସ୍ଥିତ ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ଟି-୨୦ ବିଶ୍ୱକପର ୪୭ତମ ମ୍ୟ‌ାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି।

ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ସାନ୍ତୋ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

ଟିମ୍ ଇଣ୍ଡିଆ ସ୍କ୍ବାଡ୍‌ରେ ରୋହିତ ଶର୍ମା (ଅଧିନାୟକ) , ଋଷଭ ପନ୍ତ (ୱିକେଟ କିପର) , ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ , ଶିବମ୍ ଦୁବେ , ହାର୍ଦ୍ଦିକ ପାଣ୍ଡ୍ୟା , ରବିନ୍ଦ୍ର ଜାଡେଜା , ଆକ୍ସର ପଟେଲ , ଅର୍ଶଦୀପ ସିଂ , କୁଲଦୀପ ଯାଦବ , ଜସପ୍ରୀତ ବୁମରା , ମହମ୍ମଦ ସିରାଜ , ଯୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ, ୟଶଭୀ ଜୈସ୍ବାଲ ପ୍ରମୁଖ ଅଛନ୍ତି।

ସେହିପରି ବାଂଲାଦେଶ ସ୍କ୍ବାଡ୍‌ରେ ଲିଟନ୍ ଦାସ (ୱିକେଟ କିପର) , ନଜମୁଲ ହୁସେନ୍ ସାନ୍ତୋ (ଅଧିନାୟକ) , ତାନଜିଦ୍ ହାସନ୍ , ତୋହିଦ୍ ହ୍ରିଡୋ , ଶାକିବ ଅଲ୍ ହାସନ୍ , ମହମୁଦୁଲ୍ଲା , ରିଷଦ ହୋସେନ୍ , ମହେଦି ହାସନ , ତସ୍କିନ୍ ଅହମ୍ମଦ , ତାନଜିମ୍ ହାସନ ସାକିବ , ମୁସ୍ତାଫିଜୁର ରହମାନ , ଜେକର ଅଲି , ତାନଭୀର ଇସଲାମ , ଶୋରଫୁଲ ଇସଲାମ ସୋମିଆ ସାର୍କ ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର