ପରକୀୟା ପ୍ରୀତିକୁ ନେଇ ସର୍ବସାଧାରଣରେ ମାଡ଼ ଖାଇବା ପରେ ଜୀବନ ହାରି‌ଲେ ମହିଳା

କୋଲକାତା: ପରକୀୟା ପ୍ରୀତିକୁ ନେଇ ପଶ୍ଚିମବଙ୍ଗର ଜଲପାଇଗୁରି ଜିଲ୍ଲାର ଜଣେ ମହିଳାଙ୍କୁ ଦଳେ ମହିଳା ମିଶି ଗାଳିଗୁଲଜ କରିବା ସହ ମାଡ଼ ମାରିବା ପରେ ମହିଳା ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ନିକଟରେ ପରକୀୟା ପ୍ରୀତି ପାଇଁ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାରେ ରାସ୍ତା ମଝିରେ ମାଡ଼ଗୋଳର ଏକ ଭିଡିଓ ଭାଇରାଲ୍‌ ହୋଇଥିବା ବେଳେ ଗତକିିଛି ଦିନ ମଧ୍ୟରେ ଏହା ଦ୍ବିତୀୟ।

ପୁଲିସରେ ଅଭିଯୋଗ ଆଣି ପୀଡିତାଙ୍କ ସ୍ୱାମୀ କହିଛନ୍ତି ଯେ ତାଙ୍କ ପତ୍ନୀ ଏକ ସପ୍ତାହ ଧରି ନିଖୋଜ ଥିଲେ ଏବଂ ସୋମବାର ଦିନ ଜାଲପାଇଗୁରିର ଡାବଗ୍ରାମ-ଫୁଲବାରି ଅଞ୍ଚଳରେ ଥିବା ତାଙ୍କ ଘରକୁ ଫେରିବା ପରେ ଏହି ଘଟଣା ଘଟିଛି।

ମହିଳା ଗୋଷ୍ଠୀ ପୀଡିତାଙ୍କୁ ଅଶାଳୀନ ଭାଷା କହିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ ଏବଂ ଯେତେବେଳେ ତାଙ୍କ ସ୍ୱାମୀ ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା।
ପରେ ରାତିରେ ମହିଳା କୀଟନାଶକ ଖାଇ ମୃତ୍ୟୁ ବରଣ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏହି ଚାରି ଜଣଙ୍କ ଗିରଫଦାରୀକୁ ଡେପୁଟି କମିସନର (ପୂର୍ବ) ଦୀପକ ସାର୍କ ନିଶ୍ଚିତ କରିଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି।

ଚୋପ୍ରା ଘଟଣାର ଫୁଟେଜରେ ଦର୍ଶାଯାଇଥିଲା ଯେ ଜଣେ ବ୍ୟକ୍ତି ବାରମ୍ବାର ଦମ୍ପତିଙ୍କୁ ବାଉଁଶ ବାଡିରେ ପିଟିଥିଲେ। ‌ସେତେବେଳେ ସେଠାରେ ଉପସ୍ଥିତ ଲୋକମାନେ ସେମାନଙ୍କ ଚାରିପାଖରେ ଏକ ଭିଡିଓ ବନାଇଥିଲେ। ସ୍ଥାନୀୟ ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ତାଜିମୁଲ ହକଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର