‘ମୋ ବ୍ୟାଗରେ ବୋମା ଅଛି’ ବିମାନଯାତ୍ରୀ କହିବା ପରେ ଖେଳିଗଲା ଏୟାର ଇଣ୍ଡିଆରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏକ ଅଜବ ଘଟଣା ଘଟିଛି । ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ  ବିମାନର କର୍ମଚାରୀଙ୍କୁ କହିଥିଲେ ଯେ ତାଙ୍କ ବ୍ୟାଗ୍ ରେ ବୋମା ରହିଛି। ଏହାପରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଟ୍ରାନଜିଟ୍ ଚେକିଂ ସମୟରେ ସେ ନିଜ ବ୍ୟାଗ୍ ରେ ଥିବା ବୋମା ସମ୍ପର୍କରେ କର୍ମଚାରୀଙ୍କୁ ଜଣାଇଥିଲେ। ବିମାନ କର୍ମଚାରୀମାନେ ତୁରନ୍ତ ବୋମା ବିପଦ ଆକଳନ କମିଟି (ବିଟିଏସ୍ସି)କୁ ଖବର ଦେଇଥିଲେ ଏବଂ ଏହାର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୋମା କୁ ହଟାଇବା ପାଇଁ ଟିମ୍ ତୁରନ୍ତ ଯାତ୍ରୀଙ୍କ ବ୍ୟାଗ୍ ଯାଞ୍ଚ ଆରମ୍ଭ କରିଥିଲା।

ତେବେ ଯାତ୍ରୀଙ୍କ ବ୍ୟାଗରେ ପ୍ରକୃତରେ ବୋମା ଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସାଧାରଣତଃ ଏଭଳି କ୍ଷେତ୍ରରେ ବୋମା ଥିବା ସୂଚନା ମିଥ୍ୟା ହୋଇଥାଏ। ଅତୀତରେ ବିମାନ ଓ ଚେକିଂ ସମୟରେ ଅନେକ ଯାତ୍ରୀ ଏଭଳି ଧମକ ଦେଇଥିଲେ ମଧ୍ୟ ଚେକିଂ ସମୟରେ ସେମାନଙ୍କ ବ୍ୟାଗ୍ରୁ କିଛି ମିଳିନାହିଁ। କିନ୍ତୁ ବୋମା ଧମକ ମିଳିବା ପରେ ଏସ୍ଓପି ଅନୁଯାୟୀ ବିମାନବନ୍ଦର ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବ୍ୟାଗ୍ ଓ ଯାତ୍ରୀଙ୍କ ଯାଞ୍ଚ କରିବା ବାଧ୍ୟତାମୂଳକ ହୋଇଥାଏ ।

ସେହିପରି ଗତ ମଙ୍ଗଳବାର (ଜୁନ୍ ୨୫) ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା। କିନ୍ତୁ ତଦନ୍ତ ବେଳେ ଏହି ବୋମା ଧମକ ଏକ ମିଥ୍ୟା ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର