କାର୍‌ରେ ସମ୍ଭୋଗକୁ ବିରୋଧ କରିବାରୁ ବୃଦ୍ଧାଙ୍କୁ ଅସଦାଚରଣ କଲେ ପ୍ରେମୀଯୁଗଳ

ଗୁରୁଗ୍ରାମ : ଗୁରୁଗ୍ରାମରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଦୁଇ ପ୍ରେମୀଯୁଗଳ ଏକ କଲୋନି ସାମ୍ନାରେ ଗାଡ଼ି ରଖି କାର୍‌ ମଧ୍ୟରେ ସମ୍ଭୋଗ କରୁଥିବାର ଅଭିଯୋଗ ହୋଇଛି । ଏ ନେଇ ଜଣେ ବୃଦ୍ଧା ତାଙ୍କୁ ଅଟକାଇବାରୁ ତାଙ୍କ ସହ ମଧ୍ୟ ଅସଦାଚରଣ କରିଥିବା ଜଣା ପଡ଼ିଛି । ଦୁଇ ଜଣ ନିଶାସକ୍ତ ଅବସ୍ଥାରେ ରହି ଏପରି କାମ କରିଥିବା ବେଳେ ବୃଦ୍ଧାଙ୍କୁ ମଧ୍ୟ ତାଙ୍କ ସହ କାର୍‌ ମଧ୍ୟକୁ ଟାଣି ନେଇଥିଲେ ବୋଲି ବୃଦ୍ଧା ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ପୁଲିସକୁ ଏ ନେଇ ଏତଲା ମିଳିବା ପରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଯୁବକଙ୍କ ବୟସ ୨୦ ବୋଲି ଜଣା ପଡ଼ିଥିବା ବେଳେ ଯୁବତୀଙ୍କ ବୟସ ୨୫ ବୋଲି ଜଣା ପଡ଼ିଛି ।
ସୂଚନା ମୂତାବକ, ବୁଧବାର ସକାଳ ୫ଟାରେ ଯୁବତୀ ଜଣଙ୍କ ବୃଦ୍ଧାଙ୍କ ଘରର କବାଟକୁ ନିଜ ଘରର କବାଟ ଭାବି ବାଡ଼େଇଥିଲେ । କିଛି ସମୟ ପରେ ବୃଦ୍ଧା ଜଣଙ୍କ କବାଟ ଖୋଲିବା ପରେ ବାହାରେ କେହି ନଥିବା ବେଳେ ବାହାରୁ କିଛି ଶବ୍ଦ ଆସୁଥିବାର ସେ ଶୁଣିବାକୁ ପାଇଥିଲେ । କେଉଁଠୁ ଏଭଳି ଶବ୍ଦ ଆସୁଛି ବୋଲି ଜାଣିବା ପାଇଁ ସେ ବାହାରକୁ ଯିବା ପରେ ବାହାରେ ପାର୍କ କରାଯାଇଥିବା ଏକ କାର୍‌ ମଧ୍ୟରୁ ଶବ୍ଦ ଆସୁଥିବାର ସେ ଜାଣିଥିଲେ । କାର୍‌ ପାଖକୁ ଯାଇ ଯୁବକ-ଯୁବତୀ ଅସଞ୍ଜତ ଅବସ୍ଥାରେ ଥିବା ସେ ଦେଖିଥିଲେ । ଯୁବକଜଣଙ୍କ ବୃଦ୍ଧାଙ୍କୁ ଗାଡ଼ି ବାହାରେ ଦେଖି ତମେ ବି ଆସ ଆମ ସହ ମଜା ନେବ କହି ତାଙ୍କ ସହ ଅସଦାଚରଣ କରିଥିଲେ ।

Deccan Chronicle

ଯୁବକଙ୍କ ର୍ଦୁବ୍ୟବହାର ଦେଖି ବୃଦ୍ଧା ଜଣଙ୍କ ଅନ୍ୟ ପଡ଼ୋଶୀମାନଙ୍କୁ ଡ଼ାକିବା ସହ ଦୁଇ ଜଣଙ୍କୁ ଥାନାରେ ନେଇ ପହଞ୍ଚାଇଥିଲେ । ତଦନ୍ତ ପରେ ଯୁବତୀଙ୍କୁ ଜାମିନ୍‌ ମିଳି ଯାଇଥିବା ବେଳେ ବୃଦ୍ଧାଙ୍କୁ ଅସଦାଚରଣ କରିଥିବାରୁ ଯୁବକ ଜଣଙ୍କୁ ଅଟକ ରଖା ଯାଇଛି । ଯୁବତୀ ଜଣଙ୍କ ସେହି କଲୋନିର ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର