ହସ୍ପିଟାଲ ବିଛଣାରେ ଛୁଆ ଚିକିତ୍ସା ପାଇଁ ପଡ଼ିଥିବା ବେଳେ ପରିବାରଲୋକଙ୍କୁ ମାଡ଼ ମାରୁଛନ୍ତି ଡାକ୍ତର

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ବୋଲି କୁହାଯାଏ। ଡାକ୍ତରମାନେ ଅନେକ ରୋଗୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଛନ୍ତି। କିନ୍ତୁ ସମୟସମୟରେ ଡାକ୍ତରଙ୍କ ଅବହେଳା ହେତୁ ରୋଗୀଙ୍କ ମୃତ୍ୟୁ ହୋଇଯାଉଥିବାର ଦୁଃଖଦ ଘଟଣା ବି ସାମ୍ନାକୁ ଆସିଛି।

ନିକଟରେ ସୋସିଆଲ ମିଡିଆରେ ଏକ କନିଷ୍ଠ ଡାକ୍ତରଙ୍କ ଭିଡିଓ ମୋବାଇଲରୁ ମୋବାମଇଲକୁ ଘୁରି ବୁଲୁଛି। ଏହି ଭିଡିଓଟି ଦେଖୁ ଦେଖୁ ଭାଇରାଲ ମଧ୍ୟ ହୋଇଯାଇଛି।
ଭାଇରାଲ ଭିଡିରେ ଘଟିଥିବା ଘଟଣାଟି ଉତ୍ତରପ୍ରଦେଶର ମିରଟ ଲାଲାଲଜପତି ରାଏ ମେଡିକାଲ କଲେଜ ହସ୍ପିଟାଲରେ ଘଟିଛି।

ଏହି ଘଟଣାଟି ହେଉଛି ଏପରି, ପରିବାର ଲୋକେ ନିଜର ୫ବର୍ଷର ଅସୁସ୍ଥ ଶିଶୁକୁ ଧରି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ଚିକିତ୍ସା ପାଇଁ ଶିଶୁ ହସ୍ପିଟାଲ ବିଛଣାରେ ପଡ଼ିଥିବା ବେଳେ ଜଣେ କନିଷ୍ଠ ଡାକ୍ତର ରୋଗୀଙ୍କ ପରିବାରଲୋକଙ୍କୁ ମାଡ଼ ମାରୁଛନ୍ତି।

ତେବେ କୁହାଯାଉଛି କି ଶିଶୁର ଚିକିତ୍ସାକୁ ନେଇ ଶିଶୁର ପରିବାର ଓ ଡାକ୍ତରଙ୍କ ମଧ୍ୟରେ କଥା କଟାକଟି ହୋଇଯାଇଥିଲା। ଏହି କାରଣରୁ ଡାକ୍ତର ରାଗି ଯାଇ ଶିଶୁର ପରିବାରଲୋକଙ୍କୁ ମାଡ଼ ମାରୁଛନ୍ତି। ଏହି ସମୟରେ ଅସୁସ୍ଥ ଶିଶୁ ଯନ୍ତ୍ରଣାରେ ହସ୍ପିଟାଲ ବିଛଣାରେ ପଡ଼ି ଛାଟୁପାଟୁ ହୋଇ କାନ୍ଦୁଥିବା ଭିଡିଓରେ ଦେଖିବାକୁ ଶୁଣିବାକୁ ମିଳୁଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଡାକ୍ତରଙ୍କ ରୋଗୀଙ୍କ ପରିବାରଲୋକଙ୍କ ସହିତ ଏଭଳି ବ୍ୟବହାରକୁ ଦେଖି କଡ଼ା ସମାଲୋଚନା କରିବା ସହିତ ଉକ୍ତ ଡାକ୍ତରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର