ବର୍ଷକ ମଧ୍ୟରେ ୫୦୦ ଥର ବିମାନ କଲାଣି ଜରୁରୀ ଅବତରଣ, ପ୍ରଥମ ତାଲିକାରେ ଅଛି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ ଶୁକ୍ରବାର ରାତିରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି। ଇଣ୍ଡିଗୋର ଦିଲ୍ଲୀ-ବେଙ୍ଗାଲୁରୁ ଫ୍ଲାଇଟ୍‌ ଇଂଜିନରେ ଶୁକ୍ରବାର ଦିନ ଉଡ଼ାଣ ଆରମ୍ଭ ସମୟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା‌। ଦିଲ୍ଲୀ ବିମାନ ବନ୍ଦରରୁ ବିମାନଟି ଉଡ଼ାଣ ଆରମ୍ଭ କରିବା ମାତ୍ରେ ଇଂଜିନରେ ନିଆଁ ଝୁଲ ଦେଖିବାକୁ ମିଳିବାରୁ ଏହାକୁ ତୁରନ୍ତ ନିୟନ୍ତ୍ରଣ କରି ଅଟକାଇ ଦିଆଯାଇଥିଲା। ବିମାନ ବନ୍ଦରରେ ପୂର୍ଣ୍ଣ ଜରୁରୀ ପରିସ୍ଥିତି ଘୋଷଣା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା | ତେବେ ବର୍ତ୍ତମାନ ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ବର୍ଷକ ମଧ୍ୟରେ ସମୁଦାୟ କେତେଥର ବିମାନଗୁଡିକର ଜରୁରୀ ଅବତରଣ କରିବାକୁ ପଡିଛି ତାହା ଜଣାପଡିଛି |

ରିପୋର୍ଟରେ କୁହାଯାଇଛି ଯେ ଗତ ବର୍ଷ ଜୁଲାଇ ୧, ୨୦୨୧ରୁ ୩୦ ଜୁନ୍, ୨୦୨୨ ମଧ୍ୟରେ ୪୭୮ ଥର ଭାରତର ବିଭିନ୍ନ ବିମାନବନ୍ଦରରେ ବିମାନ ଜରୁରୀ ଅବତରଣ କରିଛି | ତେବେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ମାସର ଜରୁରୀ ଅବତରଣ ସଂଖ୍ୟାକୁ ମିଶାଇଲେ ଏହା ୫୦୦ରେ ପହଞ୍ଚିଛି | ତେବେ ଜରୁରୀ ଅବତରଣ ତାଲିକାରେ ଏୟାର ଇଣ୍ଡିଆ ଏକ ନମ୍ବର ସ୍ଥାନରେ ରହିଛି | ଏୟାର ଇଣ୍ଡିଆର ବିମାନ(୧୮୪ଥର), ଇଣ୍ଡିଗୋର ୯୮ଟି ବିମାନ, ସ୍ପାଇସ ଜେଟର ୭୭ଟି ବିମାନ, ଗୋ ଫାଷ୍ଟର ୫୦, ଭିସ୍ତାରାର ୪୦, ଏୟାର ଏସିଆର ୧୪, ଆଲାଏନ୍ସ ଏୟାରର ୫, ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୦ଟି ବିମାନ ଜରୁରୀ ଅବତରଣ କରିଛନ୍ତି |

ଚଳିତମାସର କିଛି ପ୍ରମୁଖ ଘଟଣା
ଅକ୍ଟୋବର ୨୮ – ଇଞ୍ଜିନରେ ନିଆଁ ଲାଗିବା ପରେ ଇଣ୍ଡିଗୋ ଦିଲ୍ଲୀ-ବାଙ୍ଗାଲୋରର ବିମାନ ଉଡ଼ାଣ ବାତିଲ
୨୭ ଅକ୍ଟୋବର – ଅହମ୍ମଦାବାଦରୁ ଦିଲ୍ଲୀ ଅଭିମୁଖେ ବିମାନ ଉଡ଼ାଣରେ ପକ୍ଷୀ ଆଘାତ
୧୫ ଅକ୍ଟୋବର – ପକ୍ଷୀ ଆକ୍ରମଣ ଜଣାପଡିବା ପରେ ମୁମ୍ବାଇରୁ ବାଙ୍ଗାଲୋରକୁ ଆକାସ ବିମାନ ଫେରି ଆସିଥିଲା ​​
ଅକ୍ଟୋବର ୧୨ – ଗୋଆରୁ ହାଇଦ୍ରାବାଦ ଅଭିମୁଖେ ଏକ ସ୍ପାଇସଜେଟ୍ ବିମାନର କ୍ୟାବିନରେ ଧୂଆଁ ଯୋଗୁଁ ହାଇଦ୍ରାବାଦରେ ଜରୁରୀ ଅବତରଣ କରିଥିଲା

ସମ୍ବନ୍ଧିତ ଖବର