ଆମେରିକାର ଧାର୍ମିକ ସ୍ବାଧୀନତା ରିପୋର୍ଟ ଭୋଟ ବ୍ୟାଙ୍କ ରାଜନୀତି ଦ୍ବାରା ପ୍ରଭାବିତ : ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଭାରତକୁ କରାଯାଇଥିବା ସମାଲୋଚନାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ରିପୋର୍ଟକୁ ସମାଲୋଚନା କରି ଭାରତ କହିଛି ଯେ ଏହା ସମ୍ପୂର୍ଣ୍ଣ ପକ୍ଷପାତିତାପୂର୍ଣ୍ଣ ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି ଦ୍ବାରା ପ୍ରେରିତ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଏହି ରିପୋର୍ଟରେ ଭାରତ ବିରୋଧରେ ଅଧିକ ଆପତ୍ତିଜନକ ବୟାନ ଦେବା ପାଇଁ କେତେକ ନିର୍ଦ୍ଦିଷ୍ଟ ଘଟଣାକୁ ଅନ୍ତର୍ଭୁକ୍ତ କରାଯାଇଛି। ରିପୋର୍ଟ ପ୍ରକାଶ ପାଇବା ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ କହିଥିଲେ ଯେ ଭାରତରେ ଧର୍ମାନ୍ତର ବିରୋଧୀ ଆଇନ, ଘୃଣ୍ୟ ଭାଷଣ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଘର ଓ ଉପାସନାସ୍ଥଳୀ ଭାଙ୍ଗିବା ରେ ଚିନ୍ତାଜନକ ବୃଦ୍ଧି ଘଟିଛି। କେତେକ କ୍ଷେତ୍ରରେ ଏହି ରିପୋର୍ଟରେ ଆଇନ ଓ ନିୟମର ବୈଧତାକୁ ନେଇ ପ୍ରଶ୍ନ ଉଠିଛି। ଜୟସ୍ୱାଲ କହିଛନ୍ତି ଯେ ଏହି ରିପୋର୍ଟରେ ଭାରତୀୟ ଅଦାଲତ ଦେଇଥିବା କେତେକ ରାୟର ସ୍ବଚ୍ଛତାକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି।

ସମ୍ବନ୍ଧିତ ଖବର