ସାପ୍ତାହିକ ଲଟେରିରେ ୪୫ କୋଟି ଟଙ୍କା ଜିତି ହତବାକ୍‌ ହୋଇଗଲେ କେରଳର ଶ୍ରୀଜୁ

ଦୁବାଇ: ବୁଧବାର ଦିନ ‘ସଂଯୁକ୍ତ ଆରବ ଏମିରେଟସ୍‌’ରେ ଅନୁଷ୍ଠିତ ‘ମାହଜୁଜ୍‌ ସଟର୍‌ଡେ ମିଲିୟନ୍‌ସ୍‌ ଡ୍ର’ରେ (ଲଟେରି ଉଠାଣ) ୪୫ କୋଟି ଟଙ୍କା ଜିତିଥିବା ଜାଣି କେରଳନିବାସୀ ୩୯ ବର୍ଷିୟ ଶ୍ରୀଜୁ ‘ହତବାକ୍‌, ହତଭମ୍ବ ଓ ବିସ୍ମିତ’ ହୋଇଯାଇଛନ୍ତି।

୩୯ ବର୍ଷିୟ ଶ୍ରୀଜୁ ‘ସଂଯୁକ୍ତ ଆରବ ଏମିରେଟସ୍‌’ରେ ଥିବା ‘ତୈଳ ଓ ପ୍ରାକୃତିକ ବାଷ୍ପ’ ଶିଳ୍ପରେ ଜଣେ କଣ୍ଟ୍ରୋଲ୍‌ ରୁମ୍‌ ଅପରେଟର୍‌ ଭାବେ ଚାକିରି କରୁଛନ୍ତି। ଟିକେ ଭଲରେ ଚଳିବା ପାଇଁ ଗତ ୧୧ ବର୍ଷ ଧରି ସେ ଆରବ ଦେଶରେ ଚାକିରି କରୁଥିଲେ ସୁଦ୍ଧା କେରଳରେ ଘର ଖଣ୍ଡେ ତୋଳିବାକୁ ସମର୍ଥ ହୋଇନାହାନ୍ତି। କିନ୍ତୁ, ଏବେ ଆଖିପିଛୁଳାକେ ତାଙ୍କର ଭାଗ୍ୟ ଖୋଲିଯାଇଛି।

Image Courtesy of India Today

‘ଗଲ୍‌ଫ୍‌ ନିଉଜ୍‌’ ରିପୋର୍ଟ ଅନୁସାରେ ଶ୍ରୀଜୁ କହିଛନ୍ତି, କାର୍‌ରେ ବସି ଡ୍ରାଇଭ୍‌ କରିବାକୁ ବାହାରିଥିବା ବ‌େଳେ ହଠାତ୍‌ ‘ମାହଜୁଜ୍‌’ ଆକାଉଣ୍ଟ୍‌ ଯାଞ୍ଚ କରି ପକାଇଲି। ଆଉ ଯାହା ଦେଖିଲି ମୋର ବିଶ୍ବାସ ହେଲା ନାହିଁ। ଲଟେରି ଜିଣି ଥିବା ଦେଖି କ୍ଷଣିକ ପାଇଁ ମୋର ମୁଣ୍ଡ ଗୋଳମାଳ ହୋଇଗଲା ପରି ଲାଗିଲା। କିନ୍ତୁ, ଏହା ସତ ବୋଲି ସୁନିଶ୍ଚିତ ହେବାକୁ ମୁଁ ‘ମାହଜୁଜ୍‌’ ଫୋନ୍‌ କଲ୍‌କୁ ଅପେକ୍ଷା କଲି।

ଗତ ବୁଧବାର ଦିନ ଥିଲା ‘ମାହଜୁଜ୍‌ ସଟର୍‌ଡେ ମିଲିୟନ୍‌ସ୍‌ ଡ୍ର’ର ୧୫୪ତମ ଉଠାଣ। ଏଥିରେ ଶ୍ରୀଜୁ ୨୦,୦୦୦,୦୦୦ ଦିରମ୍‌ (ଭାରତୀୟ ମୁଦ୍ରାରେ ୪୫ କୋଟି ଟଙ୍କା) ଜିଣିଛନ୍ତି। ସମ୍ପ୍ରତି ସେ ଦୁବାଇର ପୂର୍ବ ପ୍ରାନ୍ତକୁ ପ୍ରାୟ ୧୨୦ କିଲୋମିଟର୍‌ ଦୂରବର୍ତ୍ତୀ ଫୁଜୈରାରେ ଚାକିରି କରୁଛନ୍ତି। ଲଟେରି ଅର୍ଥରେ ପ୍ରଥମେ ସେ ସ୍ବଦେଶରେ ଘରଟିଏ କିଣିବାକୁ ଯୋଜନା କରିଛନ୍ତି।

‘ମାହଜୁଜ୍‌ ସଟର୍‌ଡେ ମିଲିୟନ୍‌ସ୍‌ ଡ୍ର’ର ଯୋଗାଯୋଗ ମୁଖ୍ୟ ତଥା ‘ସିଏସ୍‌ଆର୍‌’ ସୁଜାନ୍‌ କାଜ୍ଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆଜି ପର୍ଯ୍ୟନ୍ତ ଆମ ସାପ୍ତାହିକ ଲଟେରି ଉଠାଣ ୬୪ଜଣ କୋଟିପତି ସୃଷ୍ଟି କରିଛି ଓ ୧,୨୦୭,୦୦୦ ବିଜେତାଙ୍କୁ ପ୍ରାୟ ଅଧ ବିଲିୟନ୍‌ ଦିରମ୍‌ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର