ସାରା ଜୀବନର ପୁଞ୍ଜି ବିପଦରେ ପଡ଼ିଯିବ: ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ଶିରୋମଣି ଅକାଳୀ ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ସିକନ୍ଦର ସିଂ ମଲୁକାଙ୍କ ପୁଅ ଗୁରୁପ୍ରୀତ ମଲୁକାଙ୍କ ପତ୍ନୀ ପରମପାଲ କୌର ଆଇଏଏସ ପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ପଞ୍ଜାବ ସରକାର ତାଙ୍କ ଇସ୍ତଫା ଗ୍ରହଣ କରିନାହାଁନ୍ତି। ଆଉ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏନେଇ ତାଙ୍କୁ ଚେତାବନୀ ଦେଇଛନ୍ତି। ସେ ଲେଖିଛନ୍ତି, ପଞ୍ଜାବ ସରକାର ଏଯାଏଁ ଇସ୍ତଫା ଗ୍ରହଣ କରିନାହାଁନ୍ତି | ଆଉ ଏଭଳି ଲେଖି ମାନ ତାଙ୍କୁ ଚେତାବନୀ ଦେଇଛନ୍ତି | ମାନ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ଆଇଏଏସ ଅଧିକାରୀ ଭାବରେ ପରମପାଲଙ୍କ ଇସ୍ତଫାକୁ ଏଯାଏଁ ପଞ୍ଜାବ ସରକାର ଗ୍ରହଣ କରିନାହାନ୍ତି | ସେ ଆଇଏଏସ୍ ହେବାକୁ ଏତେ ତତ୍ପର ଥିଲେ | ଦୟାକରି ଜାଣନ୍ତୁ ଯେ କିପରି ଇସ୍ତଫା ଦେବେ | ନଚେତ୍ ଜୀବନର ସବୁ ରୋଜଗାର ବିପଦରେ ପଡିପାରେ’।

ବାସ୍ତବରେ ଏପ୍ରିଲ୍ ପ୍ରଥମ ସପ୍ତାହରେ, ପଞ୍ଜାବ ଶିଳ୍ପ ବିକାଶ ନିଗମର ଏମଡି ତଥା ଆଇଏଏସ୍ ଅଧିକାରୀ ପରମପାଲ କୌର ଆଇଏଏସ୍ ପଦରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ଦେବାବେଳେ ଛୁଟିରେ ଥିଲେ। ପରମପାଲ କୌର ଜଣେ ଆଇଏଏସ୍ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇବା ମାତ୍ରେ ଇସ୍ତଫା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥାନ୍ତା। କିନ୍ତୁ ପଞ୍ଜାବ ସରକାର ଏପର୍ଯ୍ୟନ୍ତ ଇସ୍ତଫା ଗ୍ରହଣ କରିନାହାଁନ୍ତି। ପରମପାଲ ୨୦୧୧ର ଜଣେ ଆଇଏଏସ୍ ଅଧିକାରୀ। ଅନ୍ୟପଟେ ଆଜି ପରମପାଲ ତାଙ୍କ ସ୍ୱାମୀ ଗୁରୁପ୍ରୀତ ସିଂ ମଲୁକାଙ୍କ ସହ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ପରମପାଲ ଆଇଏଏସ ପଦରୁ ଇସ୍ତଫା ଦେବା ପୂର୍ବରୁ ମଧ୍ୟ ତାଙ୍କ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଥିଲା। ତାଙ୍କ ସ୍ୱାମୀ ଗୁରୁପ୍ରୀତ ପଞ୍ଜାବର ଅକାଳୀ ଦଳର ଜଣେ ବରିଷ୍ଠ ନେତା ସିକନ୍ଦର ସିଂ ମଲୁକାଙ୍କ ପୁଅ। ଗୁରୁପ୍ରୀତ ଦୀର୍ଘ ସମୟ ଧରି ଅକାଳୀ ଦଳ ଉପରେ ଖପ୍ପା ଥିଲେ | ଏହା ପରେ ସେ ଆଜି ଦଳ ଛାଡି ତାଙ୍କ ପତ୍ନୀଙ୍କ ସହ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର