୯୯ଟି ଆସନ ପାଇ ବି କଂଗ୍ରେସ ମିଠା ବାଣ୍ଟୁଛି : ମୋଦୀ

ନୂଆଦିଲ୍ଲୀ: ଆଜି ସଂସଦରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ଜବାବ ରଖିଥିଲେ । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟର ମୋଦୀ ନିଜର ଭାଷଣ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ କଂଗ୍ରେସ ନିଜ ଇତିହାସର ପ୍ରଥମ ଥର ପାଇଁ ଲଗାତର ୩ ଥର ୧୦୦ ଆସନ ଛୁଇଁପାରିନାହିଁ । ଏହା କଂଗ୍ରେସର ୩ୟ ସବୁଠାରୁ ଖରାପ ପ୍ରଦର୍ଶନ । ୧୯୮୪ ନିର୍ବାଚନ ପରେ ଦେଶରେ ୧୦ଟି ଲୋକସଭା ନିର୍ବାଚନ ହୋଇଛି, କିନ୍ତୁ କୌଣସି ନିର୍ବାଚନରେ ଦଳ ୨୫୦ରୁ ଅଧିକ ଆସନ ପାଇପାରିନାହିଁ । କଂଗ୍ରେସ ଏପରି ଏକ ପରୀକ୍ଷାର୍ଥୀ ଯିଏକି ୫୪୩ ମାର୍କରୁ ୯୯ ମାର୍କ ପାଇ ବି ମିଠା ବାଣ୍ଟୁଛି ।

ଲୋକସଭା ନିର୍ବାଚନ ସହ ହୋଇଥିବା ୪ଟି ରାଜ୍ୟ ବିଧାନସଭା ନିର୍ବାଚନରେ ଏନଡିଏ ବିପୁଳ ବିଜୟ ହାସଲ କରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଦେଶ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଛି । ଆନ୍ଧ୍ରପ୍ରଦେଶରେ ଏନଡିଏ ବିପୁଳ ବିଜୟ ହାସଲ କରିଛି ।

ପ୍ରଧାନମନ୍ତ୍ରୀ ୨୦୧୪ ପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଆମ ଆସିବା ପୂର୍ବରୁ ଗୋଟଏ ଦୁର୍ନୀତି ଆଉ ଏକ ଦୁର୍ନୀତି ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା। ଆମେ ଏହାକୁ ବନ୍ଦ କରିଦେଇଥିଲୁ। ଗ୍ୟାସ ସଂଯୋଗ ପାଇଁ ସାଂସଦ ଓ ବିଧାୟକଙ୍କ ପାଖକୁ ଯିବାକୁ ପଡ଼ୁଥିଲା ଏବଂ ତଥାପି ବି ସେଗୁଡ଼ିକ ମିଳୁ ନଥିଲା। ରାସନ ପାଇବା ପାଇଁ ଲାଞ୍ଚ ଦେବାକୁ ପଡୁଥିଲା ।

ସେ କହିଛନ୍ତି ଯେ ଦେଶର ଲୋକମାନେ ଆମ ସରକାରଙ୍କୁ ମଧ୍ୟ ଆଶୀର୍ବାଦ ଦେଇଛନ୍ତି କାରଣ ଆମ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ରହିଛି । ଆମର ଏକମାତ୍ର ଲକ୍ଷ୍ୟ ହେଉଛି ନେସନ ଫାଷ୍ଟ ।

ବିଶ୍ୱର ସର୍ବବୃହତ ନିର୍ବାଚନୀ ଅଭିଯାନରେ ଜନତା ଆମକୁ ନିର୍ବାଚିତ କରିଛନ୍ତି ଏବଂ ମୁଁ କିଛି ଲୋକଙ୍କ ଯନ୍ତ୍ରଣା ବୁଝିପାରୁଛି । ଲଗାତାର ମିଥ୍ୟା ପ୍ରଚାର କରିବା ସତ୍ତ୍ୱେ ସେମାନଙ୍କୁ ପ୍ରବଳ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ତୁଷ୍ଟୀକରଣ ନୁହେଁ, ଆମେ ସନ୍ତୁଷ୍ଟୀକରଣ ନୀତି ଅନୁସରଣ କରିଥିଲୁ।

ସମ୍ବନ୍ଧିତ ଖବର