ଆରଏସ୍ଏସ୍-ବିଜେପି ମତଭେଦ ଚର୍ଚ୍ଚା ମଧ୍ୟରେ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ ମୋହନ ଭାଗବତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅସନ୍ତୋଷ ମଧ୍ୟରେ ଆସନ୍ତାକାଲି ( ଶନିବାର) ଉତ୍ତରପ୍ରଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଏହି ବୈଠକ ହେବାକୁ ଯାଉଛି । ଏହି ବୈଠକରେ ଉଭୟଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି । ଆରଏସଏସର କଠୋର ବୟାନବାଜି ମଧ୍ୟରେ ମଧ୍ୟ ଏହି ବୈଠକ ହେବାକୁ ଯାଉଛି, ତେଣୁ ଭାଗବତ ଏବଂ ଯୋଗୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ଗୁରୁତ୍ବ ଦିଆଯାଉଛି ।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବାରଣାସୀ ଯାଉଛନ୍ତି, ଯେଉଁଠାରୁ ସେ ଗୋରଖପୁର ଯିବେ। ଅନ୍ୟପକ୍ଷରେ ମୋହନ ଭାଗବତ ୪ ଦିନିଆ ଗୋରଖପୁର ଗସ୍ତରେ ଅଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ ୟୁପିରେ ଦଳର ପ୍ରଦର୍ଶନ ଏବଂ ରାମ ନଗରୀ ଅଯୋଧ୍ୟାରେ ଦଳର ପରାଜୟକୁ ନେଇ ଭାଗବତ ଏବଂ ଯୋଗୀଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ ବିଜେପିକୁ ୟୁପିରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି, କାରଣ ୮୦ଟି ଆସନରୁ ବିଜେପି ମାତ୍ର ୩୩ଟି ଆସନରେ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର